STORYMIRROR

Rosy Mishra

Others

3  

Rosy Mishra

Others

ମୋ ପାଶକୁ ପ୍ରିୟ ଆସ ଫେରି

ମୋ ପାଶକୁ ପ୍ରିୟ ଆସ ଫେରି

1 min
244


ନିଃସଙ୍ଗତା ଏଇ ଜୀବନରେ

ତୁମ କଥା ଭାରି ମନେପଡେ

ଫେରିଆସ ପ୍ରିୟ ପାଶେ ମୋର

ଜହ୍ନ ରାଇଜେ ତୋଳିବା ଆମେ ଘର।

 

ତୁମ ବିନା ସବୁ ଲାଗେ ଫିକା

ରହିପାରୁନି ମୁଁ ଆଉ ଏକା

ନାହାଁନ୍ତି ମୋ ପାଶେ ବନ୍ଧୁ,ସଖା

ଆସ ପ୍ରିୟ ଡେଇଁ ସୀମା ରେଖା ।


ଆଡ଼ରୁଷା ଯେବେ ଟିକେ କଲି

ଅଜଣା ରାଇଜେ ଦେଲ ଠେଲି

ତୁଣ୍ଡେ ଦେଲ ଢାଳି ଟୋପେ ବିଷ

ନିମିଷେ ସରିଲା ମୋ ଆୟୁଷ ।


ପ୍ରାଣପକ୍ଷୀ ଛାଡି ମୋ ଶରୀର

ପହଁଚିଲା ଯାଇ ଯମପୁର

ଦେଖିଲା ଚାଲିଛି ମୋ ବିଚାର

ଅପମୃତ୍ୟୁ କାଳେ ହେଲା ମୋର


ନ୍ୟାୟାଧୀଶ ବୋଲେ କି କରିବା

ଯମଲୋକେ ରଖି ନ ପାରିବା

ପହଞ୍ଚିବ ତୁମେ ଯେଉଁଦିନ

ମୋ ପାଞ୍ଜି ଗଣାହେବ ସେହିଦିନ।


ଗଛପତ୍ରେ ମୋର ନାହିଁ ଠାବ

ନିଷ୍ଠୁର ହୁଅନା ପତିଦେଵ

କି ସୁଖ ପାଉଛ ମୋତେ ତଡି

ଗଛ ମୂଳେ କିଆଁ ଅଛ ପଡି ।


ଯାହା ପାଇଁ ଧନ ଅରଜିଲ

ଯାହା ପାଇଁ ମତେ ପର କଲ

ତା' ପାଇଁ ନହୋଇ କଲବଲ

ତୁଣ୍ଡେ ଥରେ ରାମ,ହରି ବୋଲ ।


କୋଳେଇ ନେବି ମୁଁ ବାହୁ ମେଲି

ତୁମ ରାଗ, ରୋଷ ଯିବି ଭୁଲି

ପାର୍ଥିବ ଶରୀର ଆସ ଛାଡି 

ମୋ ହୃଦ ସିଂହାସନେ ବସ ମାଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍