ମୋ ନେତା
ମୋ ନେତା
ମୋ ନେତା......
ପାଞ୍ଚ ବର୍ଷ ରେ ଥରେ ଦିଶୁଥିବା,
ଦୁର୍ନୀତି ର ଦଣ୍ଡ ଧରିଥିବା,
ଗଣତନ୍ତ୍ରକୁ ଶୋଷଣ କରୁଥିବା,
ନ୍ୟାୟ ର ମୁଖା ପିନ୍ଧିଥିବା,
ଧଳା ପୋଷାକ ପିନ୍ଧୁଥିବା,
ଜଣେ ବାକ୍ ପଟ୍ଟୁ ଅଭିନେତା l
ଭୋଟ୍ ଦାତା କୁ ଭଲ ପାଉଥିବା,
କଳା ଧନ କୁ ଧଳା କରୁଥିବା,
ଆଉ ପାଞ୍ଚ ବର୍ଷ ରେ ସାତ ଜନ୍ମ ପାଇଁ,
ଆୟ କରିପାରିବା ହେଉଛି ତାଙ୍କ କ୍ଷମତା,
ଭୋଟ୍ ବୈତରଣୀ ପାର୍ ହେବା ପରେ,
ଆଶ୍ୱାସନା ଦେବା ହେଉଛି ତାଙ୍କ ବାର୍ତା l
ନେତାଏ କୁହନ୍ତି ସବୁ କରିବା,
ବେକାରୀ ସମସ୍ୟା ହଟାଇ ଦେବା,
ଡାଲି, ଚାଉଳ ,ଗହମ ଦେବା,
ଶିକ୍ଷିତ ନୁହେଁ ସାକ୍ଷର କରି,
ଭୋଟ୍ ସବୁକୁ ହାତେଇନେବା l
ଅଭାବିଙ୍କ ମୁହେଁ ଅଗାଡି ଢାଳି,
ପାଞ୍ଚ ବର୍ଷ କୁ ବିଦାୟ ଦେବା,
ନେତା ଆସନକୁ ସମ୍ଭାଳୁ ଥିବା,
ଦୁର୍ନୀତି କୁ ଆମେ ପ୍ରଶ୍ରୟ ଦେବା,
ଏସବୁ ନେତାଙ୍କ ଅଶେଷ ସେବା,
ଦେବା ଦେବା କହି ସର୍ବସ୍ୱ ନେବା l
ଦେଶକୁ ଖୋଳି ଫମ୍ପା କରିବା,
ରକ୍ଷକ ନାମେ ଭକ୍ଷକ ହେବା,
କ୍ଷମତା ବଳେ ଦେଶ ଲୁଟିବା,
ସଚ୍ଚୋଟତାର ତଣ୍ଟି ଚିପିବା,
ରାଜନୀତିକୁ ନିଜର ଭାବି,
ପର ତଣ୍ଟିରେ ଛୁରୀ ଭୁସିବା,
ରାଜନୀତି ର ଏ ନଗ୍ନ ବ୍ୟବସ୍ଥା,
ରାଜନେତା ଙ୍କ ବାସ୍ତବିକତା l
