ମୋ ମନ
ମୋ ମନ
1 min
272
ମନ ଚାହେଁ ପକ୍ଷୀଟିଏ ହୋଇ
ଉଡନ୍ତିକି ଖୋଲା ଆକାଶରେ
ସବୁ ଗର୍ବ ଗାରିମାକୁ ପାଉଁଶ କରି
ହୁଅନ୍ତି ନିରବ
ଧ୍ବଂସ ହୁଅନ୍ତା କି
ମୋର ଛାତିପିଟl ଅହଂକାର
ମଉଳି ଝଡି ଯାଆନ୍ତାକି
ମୋର ଲୋଭୀ ଓ ଇର୍ଷାପଣ
ହୁଅନ୍ତିକି ମୁଁ ନିଷ୍କପଟ ଆଉ ନିଷ୍ପାପ
ଅଭିମାନୀ ନହୋଇ ହୁଅନ୍ତିକି ସ୍ୱାଭିମାନୀ
ବୁଝିପାରନ୍ତି କି ଭୋକିଲା ପେଟର ଅସହ୍ୟ ଜ୍ୱାଳା
ଥାଆନ୍ତାକି ମୋର ଗୋଟିଏ ଦରଦୀ ହୃଦୟ
ଆଉ ମରନ୍ତିକି ହୋଇ ଅଚିନ୍ହା ଅଜଣା
ଯାଆନ୍ତିକି ସ୍ୱର୍ଗଦ୍ୱାର
ଶୁଣି ଜଗନ୍ନାଥ ନାମ କାନରେ ମୋର
ଶୁଣି ଜଗନ୍ନାଥ ନାମ କାନରେ ମୋର........
