STORYMIRROR

Ghanashyam Biswal

Others

3  

Ghanashyam Biswal

Others

ମୋ ମନ

ମୋ ମନ

1 min
274

ମନ ଚାହେଁ ପକ୍ଷୀଟିଏ ହୋଇ

ଉଡନ୍ତିକି ଖୋଲା ଆକାଶରେ

ସବୁ ଗର୍ବ ଗାରିମାକୁ ପାଉଁଶ କରି

ହୁଅନ୍ତି ନିରବ

ଧ୍ବଂସ ହୁଅନ୍ତା କି

ମୋର ଛାତିପିଟl ଅହଂକାର

ମଉଳି ଝଡି ଯାଆନ୍ତାକି

ମୋର ଲୋଭୀ ଓ ଇର୍ଷାପଣ

ହୁଅନ୍ତିକି ମୁଁ ନିଷ୍କପଟ ଆଉ ନିଷ୍ପାପ

ଅଭିମାନୀ ନହୋଇ ହୁଅନ୍ତିକି ସ୍ୱାଭିମାନୀ

ବୁଝିପାରନ୍ତି କି ଭୋକିଲା ପେଟର ଅସହ୍ୟ ଜ୍ୱାଳା

ଥାଆନ୍ତାକି ମୋର ଗୋଟିଏ ଦରଦୀ ହୃଦୟ

ଆଉ ମରନ୍ତିକି ହୋଇ ଅଚିନ୍ହା ଅଜଣା

ଯାଆନ୍ତିକି ସ୍ୱର୍ଗଦ୍ୱାର

ଶୁଣି ଜଗନ୍ନାଥ ନାମ କାନରେ ମୋର

ଶୁଣି ଜଗନ୍ନାଥ ନାମ କାନରେ ମୋର........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍