Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ମୋ ମନ ମୟୂର ତୁ କଳା ଘୁମର

ମୋ ମନ ମୟୂର ତୁ କଳା ଘୁମର

1 min
6.6K


• ରାଗ—ପୁରିଆ

• ତାଳ--ଏକତାଳି


• ମେଘମାଳା ଦିଶେ କଳା ଘୁମର

• ଲତା ଗହଳରେ ନାଚେ ମୟୂର , ମେଘମାଳା ଦିଶେ କଳା ଘୁମର... ।।

• ଆଷାଢ଼ ମାସର ନବଜଳଧର

• ଶ୍ୟାମଳ ବିମଳ ଶୋଭିତ ଅମ୍ବର

• ଶ୍ରୀଗୁଣ୍ଡିଚା ଯାତ୍ରା କରନ୍ତି ଠାକୁର

• ଏ ଯାତର ନାହିଁ ନାହିଁ ପଟାନ୍ତର , ମେଘମାଳା ଦିଶେ କଳା ଘୁମର…।।

• ଅଭିନବ ଯାତ ଦେଖିବା ଉଚ୍ଚାଟ

• ଗନ୍ଧର୍ବ,ଅସୁର,ସୁର,ସାଧୁ,ସନ୍ଥ

• ହୋଇଲେଣି ରୁଣ୍ଡ ଶୀରିଖେତର ରେ

• ଗୁଡକୁ ଯେସନେ ପିମ୍ପୁଡ଼ି ଧାର , ମେଘମାଳା ଦିଶେ କଳା ଘୁମର…।।

• ସୈ।ଦାମିନୀ ହସ ବଜ୍ର ର୍ନିଘୋଷ

• ବରଷାକୁ ଦେଖି ନଡର ପଥିକ

• ତରତର ହୋଇ ଚାଲରେ ବାଟୋଇ

• ଦେଖିବୁ ବାମନ ନନ୍ଦକିଶୋର , ମେଘମାଳା ଦିଶେ କଳା ଘୁମର…।।

• ନନ୍ଦିଘୋଷ ରଥେ ବିଜେ ଜଗନ୍ନାଥେ

• ପତୀତ ଉଦ୍ଧାର ପାଇଁ ଏ ଜଗତେ

• ଦୟାମନାସୁଛି ହେ ଜଗତପତି

• ଜଗତ ଉଦ୍ଧାର କର ଈଶ୍ବର , ମେଘମାଳା ଦିଶେ କଳା ଘୁମର…।।

• ମୋ ମନ ମୟୂର ତୁ କଳା ବାଦଲ

• ଭକ୍ତି ପ୍ରେମ କୁଞ୍ଜେ ହେଲି ମୁଁ ବିଭୋର

• ତୁମକୁ ଦେଖିଲେ ବଡ଼ଦାଣ୍ଡ ରଥେ

• ପାପ ଚକ୍ଷୁ ହେବ ପବିତ୍ର ମୋର , ମେଘମାଳା ଦିଶେ କଳା ଘୁମର…।।

• ଦୁଃଖ ପାସୋରାରେ ମୋ ରଙ୍କ ରତନ

• ମୁଁ ଛାର ମାନବ ତୁମେ ପରଂବ୍ରହ୍ମ

• ପ୍ରଫୁଲ୍ଲ ସୁମରେ ଆହେ ଚକ୍ରଧର

• କାଳ ଭୟୁ କରିବ କି ଉଦ୍ଧାର,? ମେଘମାଳା ଦିଶେ କଳା ଘୁମର…।।


• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ,

ମଙ୍ଗଳାଯୋଡି , ଖୋର୍ଦ୍ଧା


Rate this content
Log in