STORYMIRROR

Dharmapada Mohapatra

Others

3  

Dharmapada Mohapatra

Others

ମୋ ମନ ଦର୍ପଣ

ମୋ ମନ ଦର୍ପଣ

1 min
220

ଗୋଟିଏ ମୋ ଧନ ଅନ୍ୟଟି ମୋ ମନ

ଦୁହେଁ ତ ମୋର ଦର୍ପଣ

ଯେଉଁଠି ସେ ଥିଲେ ମନ ତାଙ୍କ ପାଖେ

ଭାବି କଟେ ମୋର ଦିନ ll


କର୍ତ୍ତବ୍ୟ ଆହ୍ଵାନେ ଜୀବିକା ବାଛିବେ

ବୁଝିବ ଅବୁଝା ମନ

ସଂସାର ପଥ ସହଜ ତ ହେବ

ଚାଲିବ ସଂସାର ପ୍ରାଣ ll


ଚଲାପଥ ତାଙ୍କ କୁସୁମିତ ହେଉ

ଥାଉ ସୁପଥ ରେ ମନ

ତୋ ପାଖରେ ମାଆ ଏତିକି ମୋ ଅଳି

ଡାକୁଛି ମୁଁ ସବୁ ଦିନ ll


ନିଜ ବାପା, ମାଆ ସନ୍ତାନସନ୍ତତି

ଏ ସବୁ ତୋର ଦାନ

ସଭି ଙ୍କ ପାଇଁ ତ କର୍ତ୍ତବ୍ୟ ରହିଛି

ପୁଣି ଆତ୍ମୀୟ ସ୍ଵଜନll


ଏଇ ତ ସଂସାର ଗୋଟେ ରଙ୍ଗମଞ୍ଚ

ସଭିଙ୍କ ଭୂମିକା ଭିନ୍ନ

ସ୍ନେହ ସମ୍ପର୍କର ଡୋରି ଧରିଥିଲେ

ରହିବନି ବ୍ୟବଧାନ ll


କରିଛି ଆଶା ଅଛି  ଭରସା

ମାଆର ଚରଣ ଶରଣ

ଯାହା ଦେବେ ମାଆ ଆଦରି ମୁଁ ନେବି

ଭାବି ତାର ଅବଦାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍