STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ମୋ ମାଆ

ମୋ ମାଆ

1 min
221

ମୋ ମାଟି ମତେ ଆଦରଇ ନିତି,

କୋଳେଇ କାଖେଇ ବୁଲେ,

ଗାଁ ଗହଳି ନାଳିଆ ଖାଲର,

କାଦୁଅ ପାଣିରେ ଖେଳେ ll


ମୋ ଗାଁ ଶେଷେ ଆମ୍ବ ତୋଟା ଡାଳେ,

କୋଇଲିର କୁହୁ ସ୍ୱର,

କୁକୁଡ଼ା ଡାକରୁ,ଚାଳ କୁଡ଼ିଆରୁ,

କୁଆଁ କାନ୍ଦ କି ମଧୁର ll


ମୋ ମାଟିଦେହେ ଉଠା' ନାନା କଳ୍ପତରୁ,

ଦିଅଇ ଔଷଧି ଗୁଣ,

ଚୋଷା ବଗିଚାରୁ ନାନା ପରିବାରେ,

ଚାଷୀ ଖାଏ ତୁଣ ଲୁଣ ll


ଧନ୍ୟ ମୋ ଗାଁ ଜନ୍ମ ଦେଇଛୁ,

ମତେ ତୋହାରି କୋଳେ,

ତୁହି ମୋ ମାଆ ଜନମ ମାଟି ଲୋ,

ବର୍ଦ୍ଧିତ କାଳ ବଳେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍