ମୋ ମାଆ
ମୋ ମାଆ
1 min
256
ତୁ ମୋତେ ଆଣିଛୁ ଏ ଧରା ପୃଷ୍ଠକୁ
କେତେ ଝଡ଼ ଝଞ୍ଜା ସହି
କେତେ ପୂଜା ,ଓଷା,ବ୍ରତ, ଉପବାସ
କରିଛୁ ମୋ ପାଇଁ ତୁହି ।
ଏଇ ଦୁନିଆରେ ତୁ ହିଁ କେବଳ
ବୁଝିପାରୁ ମୋର ମନ
ମୋ ଅଳି ଅଝଟ ରାଗ ରୁଷା ଆଉ
ମୋର ଯେତେ ଅଭିମାନ ।
ଯେତେ ଦୋଷ କଲେ କରିଦେଉ କ୍ଷମା
ଭାବି ଛୋଟ ଶିଶୁଟିଏ
ସୁଝିପାରିବିନି କେବେ ତୋ ଋଣ ମୁଁ
ଏ ଜୀବନ ଥିବା ଯାଏଁ ।
କାଳିଆ ଠାକୁର ପାଖରେ ମୋହର
ଏତିକି ମାତ୍ର ବିନତି
ତୋ ପଣତ ଛାଇ ମୋ ମଥା ଉପରେ
ରହିଥାଉ ଯେ ଏମିତି ।
ସୁସ୍ଥ ଓ ନିରୋଗ ରହିଥାଆ ସଦା
ଓଠୁ ଝରୁଥାଉ ହସ
ତୋ ହସରେ ଆମ ଘର ହସୁଥାଉ
ଏମିତି ବରଷ ମାସ ।
