STORYMIRROR

Anirudha Kund

Others

3  

Anirudha Kund

Others

ମୋ କଳା ବାମନ

ମୋ କଳା ବାମନ

1 min
284


ଖାଣ୍ଟି ଓଡିଆ ଲୋ

ମୋ କଳାବାମନ

ଓଡିଆର ଅଭିମାନ

ଓଡିଆର ପ୍ରାଣ

ଓଡିଆର ମାନ

ଓଡିଆର ଗଣ୍ଠିଧନ ॥୦॥


ତୁହି ଏକା ପରା

ଓଡିଆ ଆସରା

ଓଡିଆ ପାଖେ ତୋ ପ୍ରାଣ

ତୋ ଚାଲି ଚଳଣି

ରହଣି ସହଣି

ସବୁଠି ଓଡିଆ ଚିହ୍ନ

ଅବକାଶ ନିତି

ଗାମୁଛା ପିନ୍ଧାରୁ

ଧରାପଡେ ତୋ'ର ମନ ॥୧॥


ଯୁଗ ଯୁଗ ଧରି

ସାଥିରେ ତୋହରି

ଓଡିଆ ପ୍ରେମ ବନ୍ଧନ

ଜନମରୁ ଯୁଇ

ଓଡିଆ ଡାକଇ

ଜଗା ଜଗା ପ୍ରତି କ୍ଷଣ

କୋଟି ହୃଦୟର

ତୁହି ଜୟକାର

ଓଡିଆ ହୃଦ ସ୍ପନ୍ଦନ ॥୨॥


ଖାଣ୍ଟି ଓଡିଆ ଲୋ

ମୋ କଳାବାମନ

ଓଡିଆର ଅଭିମାନ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍