STORYMIRROR

sushama Parija

Others

3  

sushama Parija

Others

ମୋ କାଳିଆ ଧନ

ମୋ କାଳିଆ ଧନ

2 mins
13K


ହାଏରେ ମୋ କାଳିଆ ଧନ, ଜୀବ ଜୀବନ,

ମୋ କଳା କାଂଚନ, ମୋ ଗଳା ରତନରେ ।।

ତୁ ଯଶୋଦାର ଧନ କି ଦେବକୀର ଧନ

କି ଗୋପ ଗୋପୀକାଙ୍କ ମନମୋହନ

ତୁ ରାଧାର କାହ୍ନୁ କି ମୀରାର ଶ୍ୟାମରେ ।।

ଦେଦକୀ ସପ୍ତମ ଗର୍ଭରୁ ରାମଙ୍କୁ ନେଇ

ଗୋପେ ରୋହିଣୀଙ୍କ ଗର୍ଭେ ଦେଲୁ ଲୁଚାଇ

କରିବାକୁ ଲୀଳା ଖେଳା ଗୋପ ଭୁବନରେ ।।

କଂସ ସାତ ଶିକୁଳୀର କବାଟ ଫେଇ

ଉଗ୍ରସେନ ଅଜା କାନ୍ଧରେ ରହି

ତୁ ପାରି ହୋଇ ଗଲୁ ଦଶ ଯୋଜନରେ ।।

କାଟି ଘନଘୋର ରାତି ବଜ୍ର ବିଜୁଳି

ତତେ ଆଢୁଆଳ କରି ନେଲା ସେ କାଲି

ଖାଲି ଛୁଇଁବା ଲାଗି ତୋ ରଙ୍ଗା ଚରଣରେ।।

ଭରା ଯମୁନା ଜଳକୁ ଦି’ଭାଗ କଲା,

ତତେ ନନ୍ଦ ଘରେ ଥୋଇ ଝିଅ ଆଣିଲା

ତୁ ବିଜୁଳି କନ୍ୟାକୁ ଦେଲୁ ଜୀବନରେ ।।

ତୁ ଗୋପରେ କହ୍ନେଇ ହୋଇ ରହିଲୁ

ସେଠି ନନ୍ଦ ଯଶୋଦାଙ୍କ ମନ ମୋହିଲୁ

ପୁଣି କ୍ଷୀର ସାଥେ ନେଲୁ ପୂତନା ପ୍ରାଣରେ ।।

ତୁ ତ ଗୋପପୁରେ ଗଲୁ ଗାଈ ଚରାଇ

କେତେ ଗୋପାଳ ବାଳକ ସଙ୍ଗ ରେ ନେଇ

ଅଘା,ବତ୍ସା, ଶକଟାଙ୍କୁ ମାରିଲୁ ,ଉଦ୍ଧାରିଲୁ ଯାମଳା ଅର୍ଜୁନ ରେ।।

ତୁ କାଳୀୟ ଦଳିଲୁ ଯମୁନା ଜଳେ

ଇନ୍ଦ୍ର ରଜା ଗର୍ବ ଭାଙ୍ଗିଲୁ ହେଳେ

ତୋ ବାମ ହାତେ ଧରି ଗୋବରଧନରେ ।।

ସୁଦାମ , ସୁବଳ ସାଙ୍ଗରେ ନେଇ

ବରଜେ ଚୋରାଇ ଖାଇଲୁ ଦହି

ଗୁରୁ ସନ୍ଦୀପନୀଙ୍କର ଶୁଝିଲୁ ଋଣରେ ।।

ଯେତେ ଯେତେ ଲୀଳା ଖେଳା ତୁ କଲୁ

ଗୋପ ଗୋପୀକାଙ୍କ ମନ ମୋହିଲୁ

ରାଧା ରାଣୀ ପ୍ରେମେ ହେଲୁ ଉଚ୍ଛନ୍ନରେ।।

କି ଅବା ବର୍ଣ୍ଣିବି ତୋର ଦୟାଳୁପଣ

ମୁଁ ତ ଅଟେ ମୂଢ ମତି ଛାର ଅଜ୍ଞାନ

ତୋ ଛନ୍ଦା ଚରଣରେ ରହୁ ମୋ ମନରେ।।


Rate this content
Log in