STORYMIRROR

Sabita Nayak

Others

3  

Sabita Nayak

Others

ମୋ କାଳିଆ ଧନ

ମୋ କାଳିଆ ଧନ

1 min
235

ତୋତେ ଦେଖିବାକୁ ଟିକେ ମନରେ 

                 ମୋର କାଳିଆ ଧନ

ତୋତେ କୋଳେ ଧରିବାକୁ ମନରେ 

                 ମୋର କାଳିଆ ଧନ

ତୋର ମୁରୁକି ହସାରେ ପେଟ ପୁରିଯାଏ 

ପାଇଛି କି ସତେ କୋଟିଏ ଧନ ।


ତୁ ଅଳି ଅର୍ଦ୍ଦଳି କରନ୍ତୁ କି ପାଶେ 

      ବୁଝାନ୍ତି ମୁଁ ତୋତେ ଗାଇକି ଗୀତ 

ତୋ କୁନି ମନରେ ହଜିଯାଆନ୍ତି କି

      ପୋଛି ଦିଅନ୍ତି ତୋ ଦେହରୁ ଝାଳ

ତୋତେ ଗେଲ ।


ତୋ ଦେହେ ଲେପନ୍ତି କୁକୁମ ଚନ୍ଦନ 

      ମନଭରି କରି କେତେ ଯତନ

ମଥାରେ ଦିଅନ୍ତି କଜଳର ଟୀକା 

      ନ ପଡିବ କେବେ କାହା ନଜର 

ତୋତେ ଗେଲ   ।


ତୋ ଅବୁଝା ମନକୁ ବୁଝାନ୍ତି କି ଥରେ 

      ଦେଖାଇକି ତତେ ସରଗ ଚାନ୍ଦ 

ଅମାନିଆ ଲୁହ ଗଡିଗଲେ ତୋର 

      ପୋଛି ଦିଅନ୍ତା ମୋ କାନି ପଣତ

ତୋତେ ଗେଲ କରିବାକୁ ମନରେ 

ମୋର କାଳିଆ ଧନ 

ତୋତେ କୋଳ କରିବାକୁ ମନରେ 

ମୋର କାଳିଆ ଧନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍