STORYMIRROR

Suresh chandra Padhy

Others

3  

Suresh chandra Padhy

Others

ମୋ ଜନ୍ମଭୂମି

ମୋ ଜନ୍ମଭୂମି

1 min
161

ମୋ ଜନନୀ ମୋ ଜନ୍ମ ଭୂମି 

ତୁହି ମା ଭାରତ ଭୂଇଁ

ତୋହରି ମାଟିରେ ଜନ୍ମ ହୋଇଛି ମୁହିଁ

ତୋ ଗୁଣ ନୀତି ଗାଉଅଛି ଗର୍ବ ବହି

ତୁହି ମା ଜନନୀ ମୋ ଜନ୍ମ ଭୂମି

ତୋହରି ମଥାର ମୁକୁଟ ହିମାଳୟ

ସାଗର ଧୋଇ ଦିଏ ପାଦ ତୋ ହୋଇ ଅଥୟ

ତୋ ପାଇଁ ମୁହିଁ ଜାଗ୍ରତ ହୋଇ ଅଛି

ତୋ ଦେଶ ପାଇଁ ସମର୍ପିତ ରହିଛି

ତୁହି ମା ଜନନି ମୋ ଜନ୍ମ ଭୂମି

ତୋରି ବୁକୁ ରେ କେତେ ମହା ପୁରୁଷ ଜନ୍ମ ନେଲେ

ତୋରି ପବିତ୍ର ମାଟିରେ ପ୍ରଭୁ ଅବତାର ନେଲେ

ତୋରି ନୀଳ ଅମ୍ବରେ ନୀତି ତ୍ରିରଙ୍ଗା ପତାକା ଉଡ଼ୁଛି

ବେଦର ଓଁ କାର ନୀତି ସୁଭୁଅଛି

ମୋ ଜନନୀ ମୋ ଜନ୍ମ ଭୂମି

ତୋ ପାଇଁ ଏ ଜୀବନ କରିବି ଅର୍ପଣ

ତୋରି ପାଣି ପବନେ ଗଢ଼ା ମୋ ଜୀବନ

ମୋ ପ୍ରତି ରକ୍ତବିନ୍ଦୁ ତୋ ଗୁଣ ଗାଉଛି

ତୋ ସେବା ବିନା ସବୁ ତୁଚ୍ଛ ଲାଗୁଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍