STORYMIRROR

subrat kumar jena

Others

2  

subrat kumar jena

Others

ମୋ ଜୀବନ

ମୋ ଜୀବନ

1 min
1.5K


ମୋ ଜୀବନ ଏକ ଶୂନ୍ୟ କଳସ

ଲୋଡା ଖାଲି ଟିକେ ତୁମ ପ୍ରେମ ଆଉ ଟିକେ ବିଶ୍ୱାସ

ବାସ୍ ଆଉ କଣ ଯେ ଲୋଡା

ତୁମ ନାମ ନେଇ କଟିଯିବ ମୋ ବୟସ

ତୁମ ପ୍ରୀତି ଭରା କୋଳେ ସୋଇ ସୋଇ ସରିଯାଉ ମୋ ଆୟୁଷ

ଏମିତି କି ଭୂଲ୍ କଲିକି ମୁଁ ଯେ

ଯାହାର କି ନାହିଁ କେବେ କ୍ଷମା

ଜୀବନଟା ଆଜି ଖେଳ ଖେଳୁଛି ମୋ ସହ

ଶାନ୍ତି ର ସନ୍ଧାନ ମୁଁ ପାଏନି ଜମା

ଝାଟି ମାଟି ମୋର ଛୋଟ କୁଡିଆକୁ

ଭାଙ୍ଗିଲା ସମ୍ପର୍କ ବଇରୀ ସାଜି

ଜୀବନ ଯୁଦ୍ଧରେ ହାରୁଛି ଅଧିକ

ପରାଜିତ ନାୟକ ମୁଁ ଆଜି

ସତକୁ ସାହାରା କରିଥିଲି ଦିନେ

ସତ ତ ହେଉନି ସା ଥି

ସତ୍ୟର ଭେଳା ବୁଡି ବୁଡି ଯାଏ

ମୁଁ ଅଜ୍ଞାନ ଅନ୍ଧାରେ ମାତି

ଜୀବନଟା ଆଜି କନ୍ଦା ଏ ଅଳପ

ଜଳାଉଛି ବେଶି ବେଶି

ବଳକା ଜୀବନ କେମିତି କଟିବ

କେବେ ମୋ ଶରୀର ମାଟିରେ ଯିବ ମିଶି

ପ୍ରେମର ଯୁଦ୍ଧ ଜିତିଲି କେତେ ବା

ହାରିଛି ବା ମୁଁ ଆଜି କେତେ

ଦ୍ଵି ପକ୍ଷ ଯୁଦ୍ଧରେ ମୁଁ ରକ୍ତାକ୍ତ ହେଲିବା କେତେ

ସମୟ ଟା ଦାନ୍ତ ନୀକୁଟି ହସଇ କ୍ଷତ ତ ଦେଖାଇ ମୋତେ

ରୁଧିର ମୋଠୁ ଝରୁନାହି ଜମା

ଝରୁଛି ନେତ୍ରେ ଅଶ୍ରୁ

ଦୁଃଖର ପାହାଡ କେତେ ଯେ ଭାଙ୍ଗୁଛି

ଯନ୍ତ୍ରଣା ର ବର୍ଷା କେତେ ଯେ ବର୍ଷୁଛି ବର୍ଷୁ........


ସୁବ୍ରତ ଜେନା୮୨୪୯୨୨୦୮୩୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍