Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ମୋ'ଜୀବନ ପଛେ ନର୍କେ ପଡ଼ିଥାଉ

ମୋ'ଜୀବନ ପଛେ ନର୍କେ ପଡ଼ିଥାଉ

1 min
6.7K


ଯେତେ ଜଣ ମୋତେ ଭର୍ତ୍ସନା କରନ୍ତି
ତାଙ୍କ ଚିରଞ୍ଜିବୀ ପ୍ରାର୍ଥନା କରେ ।
ନିଜ ଜୀବନକୁ ନର୍କରେ ଦେଇ ମୁଁ
ତାଙ୍କ ସୁଖ ଶାନ୍ତି କାମନା କରେ ।
କାହିଁକି କେଜାଣି ତାଙ୍କରି ସୁଖରେ
କଣ୍ଟକିତ ପଥ ସଜେଇ ଦିଏ ।
ଜାଣି ବି ହୁଏନି,ନିଜର ହୋଇ ବି
ସଂସାରେ ନିଜର,ନିଜର ନୁହେଁ ।
ବିସ୍ମିତ ସାମ୍ରାଜ୍ୟ ବିସ୍ତାରିବା ପାଇଁ
ଲାଳାୟିତ କେବେ ହୋଇନି ନିଜେ ।
ତଥାପି କାହିଁକି ଏ ଛୋଟ ଦୁନିଆଁ
ଏ ଛୋଟ ମଣିଷେ ଛୋଟିଆ ବୁଝେ ?
ଯଦି ମୋ'ଜୀବନ ସତ୍ୟରେ,ଧର୍ମରେ
ବଳିଷ୍ଠ ରକତେ ବଢି ଚାଲିଛି ।
ଶପଥ ନେବିନି, ଆଗେଇ ଚାଲିବି
ଆନ ପାଇଁ ନିଶ୍ଚେ କରିବି କିଛି ।
ଜୀବନ ଥିବାରେ ନିଜର ନହେଲେ
ମଲା ପରେ ନିଶ୍ଚେ ମୋତେ ଖୋଜିବ।
ସେଇ ଦିନ ନିଜେ ଶାନ୍ତିରେ ଶୋଇବି
ମୋ'ବ୍ୟକ୍ତିତ୍ୱ ଚିର ସମାଧି ନେବ।
ମନ୍ଦିର ମାଳିନୀ ସହର ଗଢିବି
ସେ ସପନ କେବେ ଉଙ୍କି ମାରି ନି ।
ହଜାର ହଜାର ଉପକାର ପରେ
ନିଜ ନାମ କେବେ ଧରା ପଡେନି ।
ହାଇ ରେ ବିଧାତା ଏତିକି ସପନ
ଦେଖାଇବୁ, ଯାହା କରି ପାରିବୁ ।
ମୋ ଜୀବନ ପଛେ ନର୍କେ ଥୋଇଦେବୁ
ଜଗତ ଲୋକଙ୍କ ହିତ ସାଧିବୁ ।


Rate this content
Log in