ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
1 min
238
ମହତ ଲୋକଙ୍କ ମହତ ବାଣୀ ରେ
ରହି ଥାଏ ସମ୍ମୋହନ,
ଯୁଗ ଯୁଗ ଧରି ସେ ମହତ ବାଣୀ
ହେଉଥାଏ ଗୁଞ୍ଜରଣ ।। ୧
ସେହିପରି ସନ୍ଥ କବି ଭୀମ ଭୋଇ
ମହତ କାମନା କରି
ଦୁନିଆଁ ର ମାର୍ଗ ଦର୍ଶକ ସାଜିଲେ
ମହତ କର୍ମ ଆଚରି ।। ୨
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ ।। ୩
ଏଭଳି ମହତ ହୃଦୟ ଯାହାର
ମହତ ଯାର ଦର୍ଶନ,
ପ୍ରାଣୀଙ୍କ ଦୁଃଖରେ ସଦା ଯେ ବ୍ୟାକୁଳ
କେତେ ମହାନ ସେ ଜନ ।। ୪
ଏପରି ଲୋକଙ୍କ ମୁଖର ବଚନ
ମନ୍ତ୍ର ସମ ଶକ୍ତିଶାଳୀ,
ସେହି ବଚନ ର ଆଧାରରେ ଯୁଗ
ଅନାୟାସେ ଯାଏ ଚଳି ।। ୫
