STORYMIRROR

Durjyodhan Barik

Others Children

3  

Durjyodhan Barik

Others Children

ମୋ ଜୀବନ ଗଣିତ

ମୋ ଜୀବନ ଗଣିତ

1 min
186

   

ମିଶାଣ ଫେଡାଣ ଗୁଣନ ହରଣ

ଡନ୍ଧନୀ ରେ ମୋ ଜୀବନ,

ଅଙ୍କକଷା ଫଳ ଯାହା ବି ଆସିବ 

ସେହି ମୋର ପାପ ପୁଣ୍ୟ ।


ଦୋଷ ଦେବି ନାହିଁ ତୋତେ ମୁଁ କାଳିଆ

ଯାହା ହେଉ ଭାଗଫଳ

ସେହି ଭାଗଫଳ ଖୁସି ହୋଇ ନେବି

ସେହି ମୋର କର୍ମଫଳ ।


ନଛିଡିଲେ ଭାଗ  ଯାହା ରହେ ଶେଷେ

ତହା ଅଟେ ଭାଗଶେଷ,

ସେଥିପାଇଁ କିଛି କାହା ଦୋଷ ନାହିଁ

ସେତ ମୋର କର୍ମଦୋଷ ।


ଆହେ ନାରାୟଣ  ଦେଖେ ମୁଁ ସପନ

ତୋହରି ଆଖି ରେ ଯାଇ,

ରଙ୍ଗ ଅଧର ରୁ ସୁନେଲି କିରଣ

ସଦା ମୋତେ ମିଳୁଥାଇ ।


ବସନ୍ତ ଶରତ ଖରା ବର୍ଷା ଶୀତ

ଏ ଜୀବନେ ଚାଲିଥାଏ,

କେତେ ବେଳେ ଦୁଃଖ କେବେ କେବେ ସୁଖ

ସବୁ ତୋ ନିର୍ଦ୍ଦେଶେ ହୁଏ ।


ଜୀବନର ଶେଷେ ନେ ମୋତେ ପାଶେ

ତୋପାଖକୁ ଚାଲି ଯିବି,

ତୋର ପଦ ସେବି ଗୀତ ଗାଉ ଥିବି

ମକରନ୍ଦ ପିଉଥିବି ।


     


Rate this content
Log in