STORYMIRROR

Prasanta kumar Hota

Others

2  

Prasanta kumar Hota

Others

ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ

ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ

1 min
524


ମୋ ଜୀବନ ଏକ ନିର୍ବାପିତ ଫର୍ଦ

ନିର୍ବାପିତ ହୋଇ ରହିଗଲା

ଯାହା ଲେଖିଥିଲି ହୃଦ କଲମରେ

ଆଖିର ଲୁହରେ ବହିଗଲା

ମୋ ଜୀବନ ଏକ ନିର୍ବାପିତ ଫର୍ଦ

ନିର୍ବାପିତ ହୋଇ ରହିଗଲା


ପିଲାଦିନେ ଯାହା ଖେଳ ମୁଁ ଭାବିଲି

ଯଉବନେ ଦୁଃଖ ରଖିଦେଲା

ଯଉବନେ ଯାହା ଗଢି ମୁଁ ତୋଳିଲି

ବାର୍ଦ୍ଧକ୍ୟ ବାଧକ ହୋଇଗଲା

ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ

ନିର୍ବାପିତ ହୋଇ ରହିଗଲା


ବର୍ଷ ବର୍ଷ ଧରି ଯାହା ରଖିଥିଲି

ଏ ଜୀବନ ଯାହା ଗଢିଥିଲା

ନିମିଷକ ମଧ୍ୟେ ଭାଙ୍ଗି ଗଲା ସବୁ

ଅକାରଣେ ଯାହା ସରିଗଲା

ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ

ନିର୍ବାପିତ ହୋଇ ରହିଗଲା।


ସୁଖ ଶିରୀ ମାନ ସହି ନପାରିଲା

ଜୀବନେ ଭରିଲା ଅମାନୁଷା

ବିଶ୍ଵାସେ ବିଶ୍ଵାସ କଲା ଅଟ୍ଟହାସ୍ୟ

ପୁରିଗଲା ମୋର ଜିଜୀବିଷା


ନିର୍ବାପିତ ଫର୍ଦ ପୁଣି କି ଲେଖିବି

ଲେଖା ହେବ ମୋର ଲୁହଭିଜା

ହୃଦ କଲମରୁ ରକତ ସ୍ୟାହିରେ

ଲେଖିଲେ ଯିବକି ମନଘେଞ୍ଚା


ଏଜୀବନ ଏକ ରଙ୍ଗମଞ୍ଚ ପରି

ଅସଫଳ ମୋତେ ଦେଇଗଲା

କାହାକୁ କହିବି ମୋର ଦୁଃଖ ଆଉ

ଅଭିନୟ ମୋର ସରିଗଲା

ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ

ନିର୍ବାପିତ ହୋଇ ରହିଗଲା ।


ପ୍ରଶାନ୍ତ କୁମାର ହୋତା


Rate this content
Log in