STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ମୋ ଝିଅ

ମୋ ଝିଅ

1 min
180


ତୋ ହାତ ରନ୍ଧା ତିଅଣ ସୁଆଦ,

ତୋ ସ୍ନେହ ବୋଳା ମିଠା,

ତୋ ଆମଟ୍ ,ସନ୍ତୁଳା ତିଅଣ,

ତୋ ଲେଉଟିଆ ପିଠା...........।।


ତୋ ସ୍ନେହ ମୋ ଅନ୍ତର ଭେଦିଲା,

ତୋ ନାହିଁ ତୁଳତାଳ,

ତୋ ଗେଲି ଝିଅ,ଅନ୍ତର ଛୁଇଁଲା,

ତୋ ସମ କେ ସମତୁଲ.........।।


ତୋ ଅଗଣାରେ ଦେଶିଆ ବାସ୍ନା,

ତୋ ଝୁଟି ଦିଆ ରଙ୍ଗ,

ତୋ ଭଳି ଝିଅ ଆଉ କେ ଅଛି'ମା,

ଧନ୍ୟ ଆଜି ନବରଙ୍ଗ...........।।


ନିଜ ପିତା ଭଳି ଭକ୍ତି ତୁ ଦେଲୁ,

ଲଗାଇଲୁ ମାୟା ଖେଳ,

ତୋ ସ୍ନେହ ଭକ୍ତି ଜୀବନ ଦେଲା ଗୋ,

ବଞ୍ଚି ଯିବି କିଛି କାଳ...........।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍