STORYMIRROR

Rupali priyadarshini Samantaray

Others

4  

Rupali priyadarshini Samantaray

Others

ମୋ ଝିଅ ବଡ଼ ହେଉଛି

ମୋ ଝିଅ ବଡ଼ ହେଉଛି

1 min
294

ଓଢଣୀ କଣ୍ଢେଇ ଧରି ଆଉ ସେ ଖେଳୁନି

ଆଇନା ଦେଖିକି ହସୁଛି 

ମୋ ଝିଅ ବଡ଼ ହେଉଛି ।।୧।।


ଅଝଟିଆ ମୁହଁ ତାର ଆଉ ଅଝଟ କରୁନି

ସେ ମୁହଁ ଲାଜ କରୁଛି 

ମୋ ଝିଅ ବଡ଼ ହେଉଛି ।।୨।।


ସ୍କୁଟି ଚଢି ଝିଅ ଗଲାଣି ମୋହର

ତା ସାଇକଲ ଦେଖି ମୁଁ ଭାବୁଛି

ମୋ ଝିଅ ବଡ଼ ହେଉଛି।।୩।।


କଥା କହି ଯିଏ ଘର ଉଠାଇଥିଲା

ଆଜି ଚୁପ୍ ଚାପ୍ ସିଏ ରହୁଛି

ମୋ ଝିଅ ବଡ଼ ହେଉଛି ।।୪।।


ସଢେଇ ଖେଳ ଛାଡ଼ି ଏବେ ଝିଅ ମୋର

ମୋବାଇଲ ଧରି ବସୁଛି

ମୋ ଝିଅ ବଡ଼ ହେଉଛି ।।୫।।


କଥା ପଦିଏରେ ବୁଝି ଯାଉଥିଲା

ଆଜି ଜିଦି କରି ସିଏ ବସୁଛି

ମୋ ଝିଅ ବଡ଼ ହେଉଛି ।।୬।।


ଅଭିମାନେ ମୁହଁ ଫୁଲାଉନି ଆଉ

କଥାରେ ଜବାବ ଦେଇଛି

ମୋ ଝିଅ ବଡ଼ ହେଉଛି ।।୭।।


ତା ପିଲାଦିନ ମୋ ଆଖି ଆଗରେ

ଆଜି ପରା ନାଚି ଉଠୁଛି

ମୋ ଝିଅ ବଡ଼ ହେଉଛି ।।୮।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍