ମୋ ଜଗା
ମୋ ଜଗା
1 min
11.8K
ଆସିବ ଜଗା ତୋ ଘୋଷ ଯାତରା
ଦର୍ଶନ ଦେବୁ ଦୁନିଆ ସାରା ।
ଆକୁଳ ନୟନେ ଭକତ ତୋର
ଚାହିଁ ରହିଛନ୍ତି ଦର୍ଶନ ତୋର ।
ତିନି ରଥେ ଶୋଭା ତିନି ଠାକୁର
ନାଲି ନୀଳ ପୀତ କେତେ ରଙ୍ଗର ।
ପାଟ ବସ୍ତ୍ର ପୁଷ୍ପ ଦୟଣା ମାଳ
କି ସୁନ୍ଦର ଦିଶିବ ମୋ ଜଗା ଠାକୁର ।
ମାଉସୀ ଘରକୁ ଚାଲି ସେ ଯିବ
ମା ଲକ୍ଷ୍ମୀ ଆଖିରୁ ଲୁହ ଝରିବ ।
ନଟ କୁଟିଆ ସେ ଭାରି ଛଳିଆ
ମଥାରେ ଚନ୍ଦନ ମୟୂର ଚୂଳିଆ ।
ରଥେ ବିଜେ କରି ସବୁ ଦେଖିବ
ବାଙ୍କ ଚାହାଣୀ ରେ ମନ ମୋହିବ I
ଭାବ ଭକତିଆ କାଳିଆ ଠାକୁର
ସ୍ନେହରେ ବନ୍ଧା ଭକତର ଡୋର ।
ଚତୁର୍ଦ୍ଧା ମୂରତି ଆଃ କି ସୁନ୍ଦର
ଦେଖିଲେ ନୟନ ପାପ ହୁଏ ଦୂର ।
ପରଂବ୍ରହ୍ମ ପରମାତ୍ମା ଅନ୍ତର୍ଯ୍ୟାମୀ
ସକଳ ଘଟ ରେ ତୁମେ ପରା ସ୍ୱାମୀ ।
