Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Children Stories

5.0  

Dipti lekha Mishra

Children Stories

ମୋ ଜେଜେ ମାଁ

ମୋ ଜେଜେ ମାଁ

1 min
248


ମୁଁ ଜନ୍ମ ହେଲାବେଳକୁ ଜେଜେ ବାପା

ଏ ଦୁନିଆ ଛାଡି ଚାଲିଗଲେ ବୋଲି

ଜେଜେମା ସବୁବେଳେ କହନ୍ତି

କହି କହି ପୁଣି କାନ୍ଦି ପକାନ୍ତି ॥


ଭାରୀ ସତ୍ୟବାଦିନୀ ମହିଳା

ମିଛ କହିଲେ ରାଗିଯାଆନ୍ତି

କହନ୍ତି ଦଶ ନାତୁଣୀ ଛଅ ନାତି

ଲୂହ ପୋଛିବାକୁ କେହୀ ନାହାଁନ୍ତି ।


ସେ ଅନେକ ଥର ଗୀତ ଶୁଣାନ୍ତି

ଶୋଇବାବେଳେ ଗପଟି କହନ୍ତି

ଗପ ନ ଶୁଣିବାଯାଏଁ ଚେଇଁରହୁ

ଏକଥା ସେ ଭାରୀ ଡରନ୍ତି ॥


ଦିନେ ଆମକୁ ବୁଝାଇବା ବାହାନାରେ

ଆଠଓଲା ଗପ ଟି କହିଥିଲେ

ସେ କଥା ମୁଁ ଆଜିଯାଏଁ ମନେ ରଖିଛି

କଣ ହେଲା ସେ ଆଜି ନଥିଲେ ॥


ଅଜାଆଇ ,ଟୁଆଁଟୁଇଁ,ସାଧବବୋହୁ

ଜହ୍ନମାମୁଁ ଗପ ସହ ବୁଢୀ ଅସୁରୁଣୀ

ସେ ଗପ ଆଜି କାହା ଜେଜେ କହନ୍ତିନି

ନାତି ନାତୁଣୀ ମନ ବି ବୁଝନ୍ତିନି ।


ଆଗର ଜେଜେ ମା ପୁଣି ଫେରି ପାନ୍ତିକି

ନାନାବାୟା ଗପ ଶୁଣି ପିଲାଙ୍କୁ କହିଥାନ୍ତି

ଧୋ ରେ ବାୟା ଧୋ,ବାଈଚଢେଇ ଗୀତ ଶୁଣି

ଖୁସିରେ ଯେ ମୁଁ ନାଚୁଥାନ୍ତି ଖେଳୁଥାନ୍ତି ॥



Rate this content
Log in