Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Others

4.0  

Kumarlal Rana

Others

ମୋ ହିତର ଭାଉ

ମୋ ହିତର ଭାଉ

1 min
197


ଆସ ଆସ ମେଘ  ଆମ ଗାଆଁ ଆକାଶକୁ,

ପୁରାଅ ଜଳ ଭଣ୍ଡାର   ଚାଷ କରିବାକୁ l


କରି ଅଛି ବହୁ ଦିନୁ ଆଶା ଗୀତ ଗାଇ,

ନମ୍ରତା  ଦେଉଛି  ମନୋଭାବକୁ ଦେଖାଇ l


ସୁଆଦିଆ  ଫଳେ ଭରେ ଏଇ  ଆମ ମାଟି,

ମମତାର ପ୍ରତି ଫଳ କରିଦିଏ   ସୃଷ୍ଟି l


ଧନ ଜନ ଗୋପ ଲଷ୍ମୀ ବଢା଼ଉଚୁ  କେତେ,

ଶରଧାରେ ମନ ପୁଣି ଭରିଛି ଜାଗ୍ରତେ l


 ମାଟିର କୌଳିକ ବୃତ୍ତି ଆମର କୌଶଳ,

ଦେଖାଇ ଦିଏ ସବଳେ   ଭଣ୍ଡାର କବଳ l


ପୁରାଅ ଭରତି କରି  ସଲିଲ  ଭଣ୍ଡାର,

ଆଶା ପୁରି ଯାଉଅଛି   ଗାଆଁ  ସ୍ଵର୍ଗ ପୁର l


ଆମେ ଆମର ହେଉଛୁ ମାଟିର କୃଷକ,

ମାଟିର ଯଶ ଜାଗ୍ରତେ ଖଟଉ ବିବେକ l


ମୋ ହିତର ଭାଉ ଆଜି ରହିଅଛି ସାଜି,

ବିରି ମୁଗ ଧାନେ ଭରି  ବିଲ ହୁଏ ରାଜି l


ଚାଷରେ ହେବାକୁ ଧନୀ ମୋ ଜୀବନ ରାଜି,

ଦିଅ ତେବେ ମେଘ ଆସି  ଆମ  ଗୃହ ସାଜି l


ଦେଖାଇବି କୌଶଳଟି ମୋ  ହିତର  ଭାଉ,

 ସବଳ ମାଟିରେ ମୋର ଜୀବନଟି ରହୁ l



Rate this content
Log in