STORYMIRROR

Nityananda Behera

Others

3  

Nityananda Behera

Others

ମୋ ଘର

ମୋ ଘର

1 min
358

ଯେଉଁ ମାଟିରେ ମୁଁ ହେଲି ଜନମ

ଖେଳି ବୁଲି ଶିଖିଲି ଧରି ଖଡି କଲମ।

ସାନରେ ଆଦର ବଡ଼ରେ ସନମାନ

ପ୍ରଥମେ ଯେଉଁଠି ମୁଁ ପାଇଲି ଜ୍ଞାନ।।

ସେ ମୋ ଘର

ଦିନ ରାତି ମତେ ଯେ ଆଶ୍ରୟ ଦେଲା

ମୋ ଅଲି ଅରଦଲି ସବୁ ସହିଲା।

ଯା ମାଟିରେ ପ୍ରଥମେ ଥାପିଲି ପାଦ

କୁଆଁକୁଆଁ କେତେ ଛାଡ଼ିଲି ନାଦ।।

ସେ ମୋ ଘର

ମାଟି ଚଟାଣରେ ଯା ପକାଇ ସପ

ବୁଢ଼ୀମା ମୋହର ବୁଝାଇ କହିଛି କେତେ ଯେ ଗପ।

ଦେହ ଘଷି ଦେଇ ଲଗାଇ ତେଲ

ସେନେହରେ କେତେ କରିକି ଗେଲ।

ସେ ମୋ ଘର

ମୋ ଘର ମୋ ପାଇଁ ବଡ ଦେଉଳ

ଦେବତା ମୋ ପିତା, ମାତା ଦେବୀ ମୋହର

ବଡଦାଣ୍ଡ ସମ ଯା ଘର ଦାଣ୍ଡ ଦୁଆର

ଯେଉଁଠି ଖେଳିଛି ବୁଲିଛି ମୁଁ ନିରନ୍ତର।

ସେ ମୋ ଘର

ଲୋଡ଼ା ନାହିଁ ମୋର ସେ ରାଜ ନଅର

ଯାହା ଖାଲି ଲୌହ ବାଲି ପଥରେ ଗଢ଼ା

ମୋ ପାଇଁ ସରଗ ଏ ମୋର ଛୋଟ କୁଡିଆ

ସେନେହ ଶରଧା ଯା ଚଉପଟେ ବେଢ଼ା।।

ସେ ମୋ ଘର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍