STORYMIRROR

Anirudha Kund

Others

3  

Anirudha Kund

Others

ମୋ ଗାଁ

ମୋ ଗାଁ

1 min
174

ମୋ ଗାଁ ବହୁତ ବଦଳି ଗଲାଣି

ଚାଳ ଘର ସବୁ ପକା ହେଲାଣି

କନଭେଟ ସ୍କୁଲ ଖୋଲିଗଲାଣି

ଫୁସ୍ ଫାସ୍ ଇଂରାଜି ଚାଲିଲାଣି

ଭାଗବତ ଟୁଙ୍ଗି ରେ ସୁରାପାଣି

ଦୂର୍ଗାପୂଜା ରେ ନାଚନ୍ତି ରମଣି


ଟିପିଲେ ଅଲୁଅ ମୋଡିଲେ ପାଣି

ଡିବି ଆଲୁଅ ଚୁଲିକି ଗଲାଣି

ଜଳୁନି କାଠଚୁଲା ମାଟିହାଣ୍ଡି

ଦିଶୁନି ଷଷ୍ଠିଘର ଦେଇପିଣ୍ଡି

ସତ୍ୟନାରାୟଣ ମେଳା ଶିରିଣି

ଘୋଡାନାଚ ଓ ବାଦିପାଲା ପୁଣି


ପାହାନ୍ତି ଖରକୁନି ଦାଣ୍ଡ କେହି

 ଆରତି ହୁଏ କ୍ୟାସେଟ୍ ଲଗାଇ

ମଙ୍ଗଳାବସା ନା ଖୁଦୁରୁକୁଣି 

ଝିଅ ସାଝିଲେଣି ରଜ କୁଇନି


ନାହିଁ ସେ ମାଟିଦୀପ ଦୀପାବଳି

ଲାଇଟ୍ ଜଳେ କେତେ ନାଲିନେଳି

ଜାଳେନି ହାତେ କାଉଁରିଆ ବାଡି

ମନେବି ନାହିଁ କାହାରି ସାତପିଢି


ଗାଁ ଦାଣ୍ଡେ କାଗଜ ଡଙ୍ଗା ଭାସୁନି

ବରଷା ପାଇଁ ଲଙ୍ଗଳ ପୋତୁନି

କୃଷକ ହଳଲଙ୍ଗଳ ଜୋଖୁନି

ଚାଷିର କାମ ମେସିନ କଲାଣି


ଏଠି ଚଳାଚଳ ଫର୍ଚ୍ଚା ହେଲାଣି

ମାଣବସୁନି ଧାନ ଜଟ ବୁଣି

ପଡୁନି ପିଣ୍ଡାରେ ଗୋବର ପାଣି

ଝୋଟି ମୁରୁଜ ପ୍ରିଣ୍ଟ୍ ମିଳିଲାଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍