ମୋ ଗାଁ
ମୋ ଗାଁ
• ମୋ ଗାଁ
• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ମୋ ଗାଁ ପାଣି ପୀୟୂଷ ଅନିଳ ମଧୁର ମନ୍ଦ ମଳୟ
• ମୋ ଗାଁ ଫୁଲ ସରଗ ରାଇଜ ପାରିଜାତ ଫୁଲ ପ୍ରାୟ ।।
•
• ମୋ ଗାଁ ମନ୍ଦିର ବଇକୁଣ୍ଠ ପୁର ବିଷ୍ଣୁ ନିଳୟ ସମ
• ବାଡି, ବଗିଚା ଏ କେଦାର ସବୁଜ ବାସବ ନନ୍ଦନ ବନ ।।
•
• ବାପା,ଜେଜେ,କାକା,ଭାଇ,ବନ୍ଧୁ,ସାଥି,ସଙ୍ଗାତ ସଭିଏଁ ଯେତେ
• ବ୍ରହ୍ମା, ବିଷ୍ଣୁ ,ମହେଶ୍ବର ଦେବଗଣ ପରାୟ ହିଁ ମୋତେ ଲାଗେ ।।
•
• ଲକ୍ଷ୍ମୀ, ସରସ୍ବତୀ, ପାର୍ବତୀ ସମାନ ମା, ମାଉସୀ ଭଉଣୀ
• ସ୍ନେହ, ପ୍ରେମ, ପ୍ରିତୀ ଶରଧା,ବଳୟ ତାଙ୍କର ପଣତ କାନି ।।
•
• ପ୍ରତି ସେକାଳରେ ସୂରୁଜ ଦେବତା ସୁବର୍ଣ୍ଣ ପ୍ରଭା ପରସେ
• ତା ମୟୂଖ ରାଶି ଆଲୋକ ଛୁଆଁ ରେ ମୋ ଗାଁ ସତେ ହସେ ।।
•
• ତାରା ଫୁଟି ଉଠେ ସଞ୍ଜ ହୋଇଗଲେ ଜଳଇ ସଞ୍ଜ ସଳିତା
• ଜହ୍ନ ରାଇଜରୁ ଶୀତଳ କୈ।ମୁଦୀ ଝରେ ସୁଷୀମ ମୁକୁତା ।।
•
• ମରାଳ ମାଳିନୀ ନୀଳାମ୍ବୁ ଚିଲିକା ମୋ ଗାଁ ପଦକୁ ଚୁମ୍ବେ
• ଉତ୍କଳ କମଳା ବିଳାସ ଦୀର୍ଘିକା କୋଳାହଳ କଳରବେ ।।
•
• ମୋ ଗାଁ ପାହାଡ଼ ସତେ ନୀଳାଚଳ କହେ ଯୁଗ ଯୁଗ କଥା
• ମୁଖ ସାକ୍ଷୀ ସେହି କାହିଁ କେଉଁ କାଳୁ ମଣ୍ଡିଛି ମୋ ଗାଁ ମଥା ।।
•
• ମୋ ଗାଁ ମାଟି ଗଙ୍ଗା ମୁର୍ତ୍ତିକା ସମାନ ପବିତ୍ର ଅତି
• ବିଷ୍ଣୁ ଶିଳା ସମ ଗୋଡ଼ି ପଥର ମୋ ଗାଁ ର ସେ ଗୋଡ଼ି ମାଟି ।।
•
• ମୋ ଗାଁ ବୈକୁଣ୍ଠ ମୋ ଗାଁ କୈଳାସ ମୋ ଗାଁ ବ୍ରହ୍ମ ଭୂବନ
• ଜନମି ତା କୋଳେ ପ୍ରଫୁଲ୍ଲ ଅଧମ ମଣଇଁ ଜୀବନ ଧନ୍ୟ ।।
