STORYMIRROR

JitendraNath Gahir

Others

3  

JitendraNath Gahir

Others

ମୋ ଗାଁ

ମୋ ଗାଁ

1 min
9.6K


ମୋ ଗାଁର ମାଟି ମାଟି ନୁହେଁ

ମୋ ପାଇଁ ଚନ୍ଦନ

ମୋ ଗାଁର ପାଣି ପାଣି ନୁହେଁ

ସେ ଯେ ଅମୃତ ସମାନ ।୧


ମୋ ଗାଁର ନଈ ନାଳ

ବଣ ପାହାଡ ଝରଣା

ସତେ କି ନୁଆ ବୋହୂର

ପାଟ ଶାଢ଼ି ଓଢ଼ଣା ।୨


ମୋ ଗାଁର ଦେବା ଦେବୀ

ସାହା ଭରସା ଆମର

ସୁଖେ ଦୁଃଖେ ସବୁବେଳେ

ଉଭା ହୋଇଛି ସତ୍ବର।୩


ମୋ ଗାଁର ବିଦ୍ୟାଳୟ

ଆଉ ଗୁଡି ମନ୍ଦିର

ସତ୍ଯ ଶିବ ସୁନ୍ଦର ଯେ

ହୃଦୟରେ ମୋହର ।୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍