ମୋ ଗାଁ
ମୋ ଗାଁ
1 min
169
ଯାହାର ଶାଗ ତଣ୍ଡୁଳ ଖାଇ ପାଇଛି ମୋର ନାଁ
ଯାହାର ବୁକୁ ପରଶ ମୋତେ ଦେଇଛି ନୂଆ ରାହା
ଯାହାର ବନ ବାଡ଼ି ବଗିଚା ପଣତ ପରି ସାହା
ସିଏ ମୋ ମାଟି ମା...ମୋ ଅତି ଆପଣାର ଗାଁ..
ଭାଇ ଚାରା ଓ ମାନବିକତା ଅଟେ ଯା'ମୂଳମନ୍ତ୍ର
ସଂସ୍କୃତି ସଙ୍ଗେ କଳା ବୈଭବ ଅଟେ ଯା'ର ସ୍ୱାତନ୍ତ୍ର୍ୟ
ପରମ୍ପରାର ସଂରକ୍ଷଣକୁ ଦିଏ ଯେ ମାଟି ପ୍ରାଧାନ୍ୟ
ସିଏ ମୋ ମାଟି ମା ...ମୋ ଅତି ଆପଣାର ଗାଁ .....
ତାହାରି କୋଳେ ବିତାଇଅଛି ମୋର ସବୁ ଶୈଶବ
ଯାହା ବୁକୁରେ ସଞ୍ଚିତ ଅଛି କେତେ ରତ୍ନ ବୈଭବ
ମୁଣ୍ଡ ନୁଆଇଁ କରେ ପ୍ରଣତି ସଦା ଯା ପାଦପଦ୍ମେ
ସିଏ ମୋ ମାଟି ମା...ମୋ ଅତି ଆପଣାର ଗାଁ ......