ମୋ ଗାଁ ର ଗ୍ରୀଷ୍ମ ସଂନ୍ଧ୍ୟା
ମୋ ଗାଁ ର ଗ୍ରୀଷ୍ମ ସଂନ୍ଧ୍ୟା
ଭାରି ଭଲ ଲାଗେ ମୋ ଗାଁ ଗ୍ରୀଷ୍ମ ସଂନ୍ଧ୍ୟା
ପ୍ରକୃତି ଶୋଭାରେ ଭରା
ଶାନ୍ତିର ସମୀର ବହେ ସୁଲୁସୁଲୁ
ଗାଇ ଗୀତ ଗାଆଁ ସାରା ।
ମନ କିଣି ନିଏ ସୈାନ୍ଦର୍ଯ୍ୟ ର ଛିଟା
ମୋ ଗାଁ ର ଗ୍ରୀଷ୍ମ ସଂନ୍ଧ୍ୟା
ଆଣିଦିଏ ମନେ ହରଷ ଯେ କେତେ
ମିଣ୍ଟାଇ ମନର କ୍ଷୁଧା ।
ଧିରେଧିରେ ଯେତେବେଳେ ଗ୍ରୀଷ୍ମ ସଂନ୍ଧ୍ୟା
ପାଦ ଚାପି ଚାପି ଆସେ
ମୋ ଗାଆଁ ସତରେ ମୁରୁକି ମୁରୁକି
ପାଗଳଙ୍କ ପରି ହସେ ।
ତା ସାଥେ ପୁଣି ଆଣି ଆସେ ଯେବେ
ମୃଦୁ ମଳୟର ବାସ୍ନା
ଭୁଲି ହେଇଯାଏ ଦିନଟିଯାକର
ପ୍ରଚଣ୍ଡ ରୌଦ୍ରର ତୃଷ୍ଣା ।
ଦିନସାରାର ଖରାତାତିରେ ମନ
ହୁଏ ଭାରି ଅସହାୟ
ଗୁଳୁଗୁଳି ସାଥେ ବହେ ଝାଳ ବୁନ୍ଦା
ବିକୃତ ଲାଗଇ କାୟ ।
ପ୍ରଚଣ୍ଡ ଖରାର ଭୟରେ ପିଲାଏ
ଲୁଚିଥାନ୍ତି ଘର କୋଣେ
ଯେବେ ସଂନ୍ଧ୍ୟା ଆସେ ଶିତଳତା ନେଇ
ପୁଳକ ଆଣଇ ମନେ ।
ପିଲାଙ୍କ ମନରେ ଖୁସିର ଜୁଆର
ଖେଳିଯାଏ ଅଗଣିତ
ଖେଳିବା ବୁଲିବା ନାଚିବା ଡେଇବାରେ
ରହିଥାନ୍ତି ଅସ୍ତବ୍ୟସ୍ତ ।
ପୁଲାଏ ପୁଲାଏ ପକ୍ଷୀ ଦଳ ସବୁ
ମନ ଖୁସିରେ ଉଡ଼ନ୍ତି
ଗ୍ରୀଷ୍ମ ସଂନ୍ଧ୍ୟାର ଆଗମନରେ ସତେ
ଖୋଲା ଆକାଶେ ବୁଲନ୍ତି ।
ଗ୍ରୀଷ୍ମ ସଂନ୍ଧ୍ୟା ରେ ନଈ ତୁଠ ଆମ୍ବ ତୋଟେ
ଭିଡ଼ ଜମେ ସତେ ବେଶି
ମନଟି ପ୍ରଫୁଲ୍ଲ ହୁଅଇ ଯେ କେତେ
ଚିନ୍ତା ଚେତନାକୁ ନାଶି ।
ଗ୍ରୀଷ୍ମ ସଂନ୍ଧ୍ୟାର ମନଲୋଭା ଠାଣିକୁ
ଚାହିଁ ରହନ୍ତି ସଭିଏଁ
ମୃଦୁ ମଳୟର ଶାନ୍ତ ପରଶରେ
ମନ ପ୍ରାଣ ପୂର୍ଣ୍ଣ ହୁଏ ।
