Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ମୋ ଗାଁ , ମୁଁ ଓ ସ୍ମୃତି

ମୋ ଗାଁ , ମୁଁ ଓ ସ୍ମୃତି

1 min
1.3K



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ଏ ଘର ଏ ଅଗଣା ଏ ଦାଣ୍ଡ ଦୁଆର ବୃତ୍ତେ….।।

• ---------- -------------------- ----------

• ମୋ ଗାଁଆ ମୋ ଘର ସେ ନଈକୂଳ

• ମୋ ପାଇଁ ଲାଗଇ ସରଗ ପୁର

• ମୋ ବାପା ମୋ ମାଆ ମୋ ଭାଇ ଭଉଣୀ

• ଜନମ ମାଟି ତା, ପବନ ପାଣି

• ସବୁ ମୋ ଜୀବନେ ଅମୃତ ଧାର ,

• ମୋ ଗାଁଆ ମୋ ଘର ସେ ନଈ କୂଳ……।।

• ମୋ ସାଙ୍ଗ ମୋ ସାଥୀ ମୋ ଖେଳ ପଡିଆ

• ଆଜି ବି ସେମିତି ଲାଗଇ ନୂଆ

• ମୋ ଗାଁ ବିଦ୍ୟାଳୟ ଗୁରୁ ଗୁରୁଜୀ

• ଆଜିବି ମୋ ମନୁ ଯାଇନି ହଜି

• ଅପାସୋରା ସେହି ସ୍ମୃତି ମୋହର,

• ମୋ ଗାଁ ମୋ ଘର ସେ ନଈ କୂଳ.…..।।

• ମୋ ବାରି ମୋ ବଗିଚା ସେ ବର ଓହଳ

• ଗାଁ ଦେବା ଦେବୀ ମୋ ଗାଁ ମନ୍ଦିର

• ଭଗବତ ଟୁଙ୍ଗି ଧ୍ୟାନ ମନ୍ଦିର

• ଆହା କି ସୁନ୍ଦର କି ମନୋହର

• ମୋ ମନରେ ଆଙ୍କିଛି ଭକତି ଗାର ,

• ମୋ ଗାଁ ମୋ ଘର ସେ ନଈ କୂଳ……।।

• ମୋ ଗାଁ ମୁଣ୍ଡର ସେ ଶ୍ମଶାନ ଭୁଇଁ

• ମୋ ବାପା ଅଜାଙ୍କର ଜଳିଛି‌ ଜୁଇ

• ସେ ଅଟେ ପବିତ୍ର ସରଗ ଦ୍ଵାର

• ସେଇଠି ଜଳିବ ମୋ ମର ଶରୀର

• ମୋ ଜନମ ମାଟି ମୋ ଗାଁ ସୁନ୍ଦର ,

• ମୋ ଗାଁ ମୋ ଘର ସେ ନଈ କୂଳ……।।

++++ +++++ ++++


Rate this content
Log in