ମୋ ଗାଁ,ମୋର ସଢେଇକଳା
ମୋ ଗାଁ,ମୋର ସଢେଇକଳା
ଏ ମାଆ ମୋର ଶିହିରି ଉଠେଇ ସଢେଇକଳାକୁ ଦେଖି।
ଦିନେ ଥିଲା ଏଇ ସଢେଇକଳା ମନ୍ ଯାଉଥିଲା ନାଖି।
ମାଆ ପାଉଡି଼ର ବଡ଼ ମିଠେଇ ମଟା ଚଣାର ଟାଣା।
ଯାହା ଖାାଇକିରି ସଢେଇ କଳିଆ ଫୁଲଉଥିଲା ତାର ଡେଣା।
ବଙ୍ଗବଙ୍ଗାର ପାମ୍ପଡ଼ଭଜା ଭୁରକୁଲିଆ ଆଁଖୁ।
ମିରଗିଚିଙ୍ଗଗଡ଼।ର କାଶିଆବୁଟ ଫୁଲି ଯାଉଥିଲା ବୁକୁ।
ଭୂଜାର ସାଙ୍ଗରେ ବୁଟ ଘୁଗନି ପୁଡ଼। ତେଲରେ ମରଚି ସାନି।
ଖାଇ ଦେଇକରି ଛାତି ଦହଲେଇ ମନ୍ ଯାଉଥିଲାା ମାନି।
ଚିତଉ ପରବ୍ ମାଁସ ପିଠା ,ଗହ୍ମା ପରବର୍ ଦହ ଗଁଇଠା,
ମକର୍ ମଣ୍ଡା ଖାଇଦେଇ କରି, ନଗେଇ ଅଘ୍ରା ଟିକା ।
ଆଉ, ଏଇନା ଖାଇଲୁ ନେନୁଆଁ ଭାଜା,
ସାତୁ ପାାଣି ଖାଇ ପାଇଲୁ ମଜା ।
ଏକୁଳ୍ ହେଲୁ ନା ସେକୁଳ୍ ହେଲୁ,
ଛାତି ଠୁକିକରି ଉଡ଼ଉ ବାନା।
ନାଇଁ ଖାଁରେ ତୁଇ ଲିଟି ଛତୁଆ,
ନାଇଁ ଖାଁ ଆଉ ଆଳୁର ଚୋଖ। ।
ଉଡ଼ିଆ ଔରସେ ଜନମ୍ ନେଇ ରେ
ନିଜର ଇସ୍ମି ତାକତ୍ ଦେଖା ।
ଜ୍ୟୋତିଲାଲ ସାହୁ
ଆରତୀ ସାହୁ (ଆଶା)
ବସନ୍ତ ବିହାର
ନୂଆଦିଲ୍ଲୀ
(ଏଇ କବିତା ରଚନା କରିଛନ୍ତି ମୋ। ଭାଇ, ନିହାତି ଗାଉଁଲି ସଢେଇକଳିଆ ଓଡ଼ିଆ ଭାଷାରେ।)