STORYMIRROR

SUKANTA KHANDA

Others

3  

SUKANTA KHANDA

Others

ମୋ ଗାଁ,ମୋ ସଂସ୍କୃତି

ମୋ ଗାଁ,ମୋ ସଂସ୍କୃତି

1 min
184


ମୋ ଗାଁ,ମୋ ସଂସ୍କୃତି ବିଷୟରେ

କେହି ଜାଣି ନ ଥିବେ

ଜାଣି ବି ନ ଥିବେ 

ଏ ଗାଁ'ଟି କେଉଁଠାରେ ଅଛି।


ତେବେ କହୁଛି ଶୁଣନ୍ତୁ 

ହୁଏତ ମନ ଓ ହୃଦୟେ ତରଙ୍ଗ ଆସିପାରେ

ନାଚିପାରେ ଗୋଟେ ଗୋଟେ ଜହ୍ନ

ହଟିଆ ନାଗର ପରି ହୋଇପାର ଉଚ୍ଛନ୍ନ

ଏ ଭିନ୍ନ ଏକ ପୃଥିବୀ 

ଏ ଗାଁ'ଟିର ବି ଜୀବନ ଦର୍ଶନ।


କୃଷ୍ଣ ସିନା ଗୋପି ଗୋପାଙ୍ଗନା ପାଇଁ

ପ୍ରେମ କରୁଥିଲା 

ସଭିଙ୍କୁ ନିଜର କରିଥିଲା

ଦେହର ଛାଇ ପରି। 


କିନ୍ତୁ ମୋ ଗାଁ,ମୋ ସଂସ୍କୃତି ଭିନ୍ନ 

ଏଠି ପ୍ରେମ କରିବା ମନା

ଏଠି ଧର୍ମ କରିବା ମନା

ଏଠି ରାଜନୀତି କରିବା ବି ମନା।


ଏଠି ଭରପୂର ଗୋତି ଖଟିବ

ପର ପାଇଁ ଜୀବନ ଦେବାକୁ ବାଧ୍ଯ

ନିଜର ବୋଲି କିଛି ହିଁ ନାହିଁ 

ଜୀବନ କାଳରେ।


ଏଠି ସ୍ବାଧୀନତା ଅଛି ନା ଅଧିକାର 

ଏଠି ସୁଖ ଅଛି ନା ସନ୍ତୋଷ?

କେବଳ ନିତି ମରିମରି ଜୀଇଁବାର ବେଳ।


ଆଜ୍ଞା ! 

ଆପଣଙ୍କୁ ମୋର ଅନୁରୋଧ

ଥରେ ତ ବୁଲି ଆସନ୍ତୁ

ଆମକୁ ମୁକ୍ତ ପାଇଁ ନୁହେଁ

କେବଳ ଜାଣନ୍ତୁ 

ଗୋଟେ ଗାଁ'ର ସଂସ୍କୃତି

ଗୋଟେ ଗାଁ'ର ଆବେଗ

ଯେଉଁଠି ଦାସ ପ୍ରଥାଠୁ ବଳି

ଏ ଗାଁ'ର ନୀତି ଓ ଆଦର୍ଶ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍