STORYMIRROR

Ghanashyam Biswal

Others

3  

Ghanashyam Biswal

Others

ମୋ ଗାଆଁ

ମୋ ଗାଆଁ

1 min
264

କେତେ ପୁଣ୍ୟ ବଳେ ଆଜି

ମଣିଷ ଜନମ ଲଭିଛି

ମୋ ଗାଆଁ ମାଟିର ମମତା ଛୁଆଁରେ

ସରଗର ସୁଖ ପାଇଛି l


ମାଟି ନୁହେଁ ସେ ତ ବିଜୟ ତିଳକ

ମାଖି ଆଜି ଧନ୍ୟ ହୋଇଛି

ରଖିବି ମାଆର ଗୌରବ, ସମ୍ମାନ

ଶପଥ କରି ମୁଁ କହୁଛି l


ତା ପାଣି ପବନ ଅଟେ ମୋ ଜୀବନ

ମୋ ପାଇଁ ସେ କେତେ ସହିଛି କଷ୍ଟ

ଜୀବନ ଦେବି ମୁଁ ତା ପାଇଁ କହୁଛି

ଧୌର୍ଯ୍ୟ ଧରି ସବୁ ସହିବି କଷ୍ଟ l


କେତେ ନିରୀହ ମୋ ଗାଆଁର ମଣିଷ

ମନରେ ନ ଥାଏ ଛନ୍ଦ କପଟ

ପର ଦୁଃଖେ ସୁଖେ ସହଭାଗୀ ହୋଇ

ହାତ ଧରି ସିଏ ଚାଲଇ ବାଟ l



Rate this content
Log in