STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ମୋ ଗାଆଁ (ପ୍ରଥମ ଭାଗ)

ମୋ ଗାଆଁ (ପ୍ରଥମ ଭାଗ)

1 min
524



ସମୀର ବାହୁଛି ଛଳନା ର ଗନ୍ଧ

ମାଟି ଓଗାଳୁଛି ନିଆଁ

ଗାଧୁଆ ତୁଠ ରେ ମନ ପଡି ମରେ

ବଦଳୁଛି ମୋର ଗାଆଁ...


ସାତ ଋତୁ ସତ ସଉତୁଣୀ ପରି

ଦେଖନ୍ତି ନି ମୁହଁ ଚାହିଁ

ଶରତ ହେମନ୍ତ କେତେଦିନ ହେବ

ଯାଇଛନ୍ତି ପର କହି..


ସକେଇ କାନ୍ଦୁଛି ବୁଢୀ ମା ' ମୋର

ମଧୁରତା ସ୍ନେହ ପାଇଁ

ଏ ମାଟି ଚନ୍ଦନ ପବିତ୍ର ମହକ

କିଏ ଚାଲିଗଲା ନେଇ..??


ଫଗୁଣ ଓଠରେ ବଉଳ ହସୁନି

ଶ୍ରାବଣେ ଶୁଖିଲା ମାଟି

ଶୀତ ରେ ଥରୁନି ମୋ ' ଗାଆଁ ଛାତି

ଖରା ରେ ଶେକୁନି ପିଠି..


ହଳଦୀ ତୁଠ ଟା ନବ ଯଉବନା

ଲାଜେ ମୁହଁ ପୋତୁ ନାହିଁ

ଠୋ ଠୋ ହସି ଉଲଗ୍ନା ସାଜିଛି

ବାସ ତାର ଫିଙ୍ଗି ଦେଇ..


ଝରଣା ଗାଉନି ମଧୂର ମୂର୍ଚ୍ଛନା

ବିହଙ୍ଗ ବିମୁଗ୍ଧ ତାନ

ଗିରି ତରୁ ଲତା ହରା ବନାନୀ ରୁ

କିଏ କାଢି ନେଲା ମନ..


ବିସ୍ମୃତି ପ୍ରାୟ ବିସ୍ତୀର୍ଣ୍ଣ ମୋ ଗାଆଁ

ଇତିହାସ ପୃଷ୍ଠେ ଠିଆ

ବିସ୍ମରିବା ଆଗୁ ମାଟି ମାଆ ଡାକେ

ଧନ' ମୋ କୋଳ କୁ ଫେରି ଆ '..


×-×-×-×-×-×-×-×-×-×-×-×-×-×



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍