STORYMIRROR

Arendra Kumar

Others

3  

Arendra Kumar

Others

ମୋ ଗାଆଁ ଦୋଳ

ମୋ ଗାଆଁ ଦୋଳ

1 min
212

ଏମିତି ଦିନଟେ ଆସିଛି ଆଜି

ଖୁସିରେ ମୋ ମନ ଯାଉଛି ହଜି(୧)


ଗୋବିନ୍ଦ ଦ୍ଵାଦଶୀ ତିଥିରେ ପରା

ମୋ ଗାଁରେ ଆଜି ଦୋଳ ଯାତରା(୨)


ପ୍ରାଣବନ୍ଧୁ ପତି  ମୃଦଙ୍ଗ ଧରି

ଡାକନ୍ତି ଆସରେ ନକରି ଡେରି(୩)


ଲୋକନାଥ ଆଉ ଶ୍ୟାମସୁନ୍ଦର

ସାଥେ ରମାକାନ୍ତ ହେଲେ ହାଜର(୪)


ଆଉ କିଏ କେତେ ଆସି ପହଞ୍ଚି

କିଏ ଧରେ ଝାଞ୍ଜ କିଏ କୁବୁଜୀ(୫)


ମୋ ଗାଁ ଶୋଭିତ କୀରିତନରେ 

କାହ୍ନୁ ବସି ବୁଲେ ଭକ୍ତ କାନ୍ଧରେ(୬)


ଦୋଳିରେ ବସିଣ ଦୋଳଗୋବିନ୍ଦ 

ଝୁଲି ଝୁଲି  ଲଭେ  ପରମାନନ୍ଦ(୭)


ବିମାନରେ ବିଜେ କହ୍ନେଇ ରାଧା

ଜଣକ ବିନା ଯେ ଜଣେ ତ ଅଧା(୮)


ମୋ ଗାଆଁ ପବନେ ଉଡ଼େ ଅଭିର

ଆକାଶଟା ଦିଶେ କେଡ଼େ ସୁନ୍ଦର(୯)


ସୁସଜ୍ଜିତ ଶୋଭେ  ଦୋଳ ମଣ୍ଡପ 

ଲାଗେସତେ କାହ୍ନୁ ଫେରିଛି ଗୋପ(୧୦)


ଲିପନ୍ତି ସଭିଏଁ ଦାଣ୍ଡ ଦୁଆର

ସଭିଙ୍କ ଅଗଣା ଦିଶେ ସୁନ୍ଦର(୧୧)


ଭକତଙ୍କ ଦୁଃଖ  ବୁଝିବା  ପାଇଁ

ଘରେ ଘରେ ବୁଲେ କଳା କହ୍ନେଇ(୧୨)


ମୋ ଗାଁ କହ୍ନେଇ ଓଗାଳପୁର

ନାମଟି ତାହାର ଭାରି ମଧୁର(୧୩)


କହ୍ନେଇ  ଅଟଇ  ବିଶ୍ଵଦେବା

ଓଗାଳିବା ମାନେ ଅଟକାଇବା(୧୪)


ଅଟକନ୍ତି ଯେଣେ ପରମବ୍ରହ୍ମ

କହ୍ନେଇ ଓଗାଳପୁର ତା ନାମ(୧୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍