STORYMIRROR

Dr.Omm Prasad Pradhan

Others

4  

Dr.Omm Prasad Pradhan

Others

ମୋ ଦଶପଲ୍ଲା

ମୋ ଦଶପଲ୍ଲା

1 min
227

ମୋ ଦଶପଲ୍ଲା ହଁ ମୋ ଦଶପଲ୍ଲା

ଦଶାନନ କୁ ଦହନ କରେ

ପ୍ରତିବର୍ଷ ଉସ୍ଛବ ଆଣେ

ରାବଣ ପୋଡି ,ମିନା ବଜାର

ସବୁବର୍ଷ ରେ ହୁଏ ସବାର

ମହାବୀର କ୍ଷେତ୍ର ନାମେ ହୁଏ ପ୍ରଚାର 

ମୋ ମାଟି ରେ ଫଳେ ଫସଲ

କୁଆଁରିଆ ମୋ ଯୋଗାଇ ଜଳ

ଚାଷୀଙ୍କର ନାହିଁ ବେଳ ଅବେଳ

ବାହାରି ପଡନ୍ତି ନିତି ସକାଳ

ବାର ମାସରେ ତେର ପରବ

ସଭିଏଁ ବାଣ୍ଟନ୍ତି କେତେ ଦରବ

ଜଙ୍ଗଲ ମୋହର ପଠାଏ କାଠ

କରିନି କେବେବି ଜମାରୁ ମଠ

କାଠ ପଠା ହୁଏ ଶ୍ରୀକ୍ଷେତ୍ର ପାଇଁ 

ମହାପ୍ରଭୁ ଙ୍କର ଯାତରା ପାଇଁ

ପଡେ ହୁରି ଆଉ ଶଙ୍ଖ ଶବଦ

ଦଶପଲ୍ଲା ମୋର ହୁଏ ଆନନ୍ଦ

ହାଟ ପଡେ ଏଠି ଦୁର୍ଗା ବଜାରେ

ମିଳେ କେତେ କଣ ସବୁ ଏଠାରେ

ଦଶପଲ୍ଲାର ଜୀବନ ରେଖା

କୁଆଁରିଆ ନଇ ନାମରେ ଲେଖା

ଅନତି ଦୂରରେ ମୃଗ ବିହାର

ମନ ମୋହି ନିଏ ଜନ ମନର

କୁଆଁରୀଆ ବନ୍ଧ ଯୋଗାଏ ଜଳ

ଯାତାୟତର ଏ ଉତ୍ତମ ସ୍ଥଳ

କଳା, କୀର୍ତ୍ତି ଆଉ ସଉଧ ପାଇଁ

ମହାବୀର କ୍ଷେତ୍ର ନାମ ଉଠଇ

ଲୋକକଳା ଗ୍ରାମ ସ୍ୱତନ୍ତ୍ର ଗ୍ରାମ

ଯାହା ପାଇଁ ଆମ ବଢେ ସୁନାମ

କୁଞ୍ଜବନ ଗଡ଼ ତାହାର ନାମ

ଦଶପଲ୍ଲା ମଧ୍ୟେ ଆଦର୍ଶ ଗ୍ରାମ ।

   


Rate this content
Log in