ମୋ ଦେଶର ନାରୀ
ମୋ ଦେଶର ନାରୀ
ମୋ ଦେଶ ଭାରତ, ମୋ ଦେଶର ମାଟି,
ମୋ ଦେଶ ମୃଦ୍ୟୁ ମଳୟ ।
ମୋ ଦେଶରେ ବହେ, ଶୀତଳ ସମୀର,
ମୋ ଦେଶ ମୋ ପାଇଁ ପ୍ରିୟ ।।
ବସନ୍ତ କୋକିଳ, ଗ୍ରୀଷ୍ମ ଝାଞ୍ଜି ରୋଳ,
ମାଘ ଦାଢ଼ ଶିରୋମଣି ।
ଗଗନ ଆବୋରି, ଆଷାଢ଼ ବଉଦ,
ଭରିଦିଏ ନଦୀ ପାଣି ।।
ମୋ ଦେଶର ବିଲେ, ବନେ ଉପବନେ,
ଶ୍ୟାମଳ ତରୁ ଗହଳ ।
ପୁଷ୍ପ ପ୍ରସ୍ପୁଟିତ, ବୃକ୍ଷ ଲତା ସିରେ,
ମନୋରମ ସୃଷ୍ଟି କୋଳ ।।
ମୋ ଦେଶ ମାଆର, ଧୋଇ ଦିଏ ପାଦ,
ସାଗର ଲହରୀ ମାଳା ।
ମସ୍ତକେ ସୋଭିତ, ହିମାଳୟ ଗିରି,
ସୀମାରେ ପ୍ରହରୀ ଭେଳା ।।
ମାନବ କାନନେ, ଝିଅ ଟିଏ ମୁହିଁ,
ପ୍ରସ୍ପୁଟିତ ପୁଷ୍ପ ସମ ।
ସ୍ୱାଧୀନ ଦେଶର, ନାଗରିକ ପରା,
ତ୍ରିରଙ୍ଗା ଧ୍ୱଜାକୁ ନମଃ ।।
କହି ପାରିବେକି, ନାଗରିକ ବାପା,
ବଢ଼ିଲା ଝିଅର କୋହ ।
ମୋ ଦେଶ ସ୍ଵାଧୀନ, ମୁହିଁ ସ୍ୱାଧୀନ କି,
ଧର୍ଷିତ ହୁଏ ମୋ ଦେହ ।।
ମୁକ୍ତ ଗଗନର, ନିଳିମାର ତଳେ,
ଅନ୍ଧାର କାଳୀମା କୋଳେ ।
ବିଚରଣ ପରା, ନାହିଁ ମୋ ଭାଗ୍ୟରେ,
ଅବଳା ଦୁର୍ବଳା ଛଳେ ।।
ରକ୍ଷକ ସାଜନ୍ତି, ଭକ୍ଷକ ଦେଶରେ,
ମଦ୍ୟପ କରନ୍ତି ନାଟ ।
ମୁଖିଆ ତାଣ୍ଡବ, ଅଭିସେକ ଆଶେ,
ବସାଇ ଦୁର୍ନୀତି ହାଟ ।।
ନାରୀଯେ ଜନନୀ, ଭଗ୍ନୀ ଜାୟା କନ୍ୟା,
ସୃଷ୍ଟି ଆଦ୍ୟ ସ୍ୱରୂପିଣୀ ।
ଜୟ ଭାରତରେ, ନାରୀ ସୁରକ୍ଷାରେ,
ଦେବା ଜାଗରଣ ଆଣି ।।
***************
ଲେଖକ (ମହେଶ୍ୱର ସାହୁ)
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ଵର(ଭଦ୍ରକ)
