STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ମୋ ଦେଶ ମୋ ମାଟି

ମୋ ଦେଶ ମୋ ମାଟି

1 min
28.2K



ଏଇ ମୋ ଦେଶ

ଏଇ ମୋ ମାଟି

ଏଇ ମୋ ଶକ୍ତି

ଏଇ ମୋ ମୁକ୍ତି

ଏଇ ମୋ ଭକ୍ତି

ଏଇ ମୋ ଫୂଜାଫୁଲ

ପାର୍ବଣ ଭରା ରୂପ ପଶରା

ଦିବ୍ୟ ମହକ ଜ୍ୟୋତି ପ୍ରକଟ

କଳନା ନାହିଁ ମୂଲ ।।


ଏଇ ମୋ ଯନ୍ତ୍ର

ଏଇ ମୋ ମନ୍ତ

ଏଇ ମୋ ଗୀତି

ଏଇ ମୋ ସୁର

ଏଇ ମୋ ତାଳ

ଏଇ ମୋ ଲୟ

ଏଇ ମୋ ଗଳା ହାର

ବନ୍ଦନା ଯା'ର ଚନ୍ଦନ ସମ

ମଳୟ ଫଲଗୁ ଧାର ।।


ଏଇ ମୋ ତୃଷ୍ଣା

ଏଇ ମୋ ବାସ୍ନା

ଏଇ ମୋ ଜୌସ୍ନା

ଏଇ ମୋ ସ୍ବପ୍ନ

ଏଇ ମୋ ସକଳ ତୀର୍ଥ

ଉର୍ମି ତୋଳେ ମୁଗ୍‌ଧ ମୂର୍ଚ୍ଛନା

ସାଗର ଗାଏ ଗୀତ ।।


ଏଇ ମୋ ସ୍ବର୍ଗ

ଏଇ ମୋ ମର୍ତ୍ତ୍ୟ

ଏଇ ମୋ ଗର୍ବ

ଏଇ ଗୌରବ

ଏଇ ମୋ ଜହ୍ନ

ଏଇ ମୋ ତାରା

ଏଇ ମୋ ଲକ୍ଷେ ହୀରା

ଜାଇ- ଯୂଇ-ମାଳତି-ହେନା

ଗଳାରେ ଲମ୍ବେ ହାରା ।।


ଲହଡି ଯା'ର ପଣତ ଛୁଏଁ

ହୀମାଚଳ ମସ୍ତକେ ଶୋଭେ

ପ୍ରଭାତ ଯା'ର ବନ୍ଦନା ଗାଏ

ବେଦମନ୍ତ୍ର ଆକାଶ ଛୁଏଁ

ଏଇ ମୋ ମାଟି ଶସ୍ୟ ଶ୍ୟାମଳା

ବନ୍ଦିତା ପୂଜନୀୟା

ନିଆରା ତାର ପୂଜା ସମ୍ଭାର

କୀର୍ତ୍ତି ଯା' ମନଛୁଆଁ ।।


ଏଇ ମୋ ବୀରଭୋଗ୍ୟା

ଏଇ ମୋ ବସୁନ୍ଧରା

ସୁନ୍ଦରରୁ ସୁନ୍ଦରତର

ବଣ ବିଲ ଘେରା ନଈ ପାହାଡ

ଚମକ ଭରା କାନ୍ତି ନିଆରା

ଏଇ ମୋ ମାଟି ମା' ।।

-------------

ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍