ମୋ ଦେଶ ଭାରତ
ମୋ ଦେଶ ଭାରତ
ଧର୍ମ ଦର୍ଶନର ତ୍ଯାଗ କ୍ଷେତ୍ର ଅଟେ
ପବିତ୍ର ଭାରତ ଭୂଇଁ
ତାହାରି କୋଳରେ ଜନମି ଥିବାରୁ
ଗଉରବ ଆମ ପାଇଁ ।
ବୀର ମହାବୀର ମହାପୁରୁଷଙ୍କ
ଅଟଇ ଜନମ ସ୍ଥାନ
ଏ ଦେଶ ମାଟିରେ ରହି ଆସିଅଛି
ସେମାନଙ୍କ ଅବଦାନ ।
ତାଙ୍କ ଆଦର୍ଶରେ ବଢ଼ି ଆସୁଅଛୁ
ସରବେ ଭଉଣୀ ଭାଇ ।
ସହିଛି ଭାରତ ଘାତ ପ୍ରତିଘାତ
ବୈଦେଶିକ ଆକ୍ରମଣ
ମାତୃଭୂମି ପାଇଁ ଏ ଦେଶ ଭକତ
ଦେଇଗଲେ ନିଜ ପ୍ରାଣ ।
ଭାରତ ଜନନୀ ସ୍ବାଧୀନ ହୋଇଛି
ତାଙ୍କ ବଳିଦାନ ପାଇଁ ।
ଭାରତ ମାତାର ଜୀବନୀ ଅମର
ପ୍ରାଣ ଶକ୍ତି ଅଫୁରନ୍ତ
ରୀତିନୀତି ସବୁ ଆଦର୍ଶ ଅଟଇ
ସଂସ୍କୃତି ଅଟେ ଜୀବନ୍ତ ।
ଭାରତ ମହାନ ଏହିଭଳି ଦେଶ
ସାରା ଜଗତରେ ନାହିଁ ।
