STORYMIRROR

padmaja pati

Others

3  

padmaja pati

Others

ମୋ ଡଗି ଶୁଣିଯା

ମୋ ଡଗି ଶୁଣିଯା

1 min
219

ଆମ ପରିବାର ଅଂଶ ତୁ ଏକ

ତୋ' ପରି ଅଛିରେ କିଏ ?

ନୋହୁଁ ଅବିଶ୍ୱାସୀ କେବେହେଲେ ତିଳେ

ଯାଉ ତୁ ଯୁଆଡେ ନିଏ l

ମୋ କୁନି ହାତରେ ତୋ'ର ବେକବନ୍ଧା

ଜାଣି ବି ନ ଯାଉ ଖସି

ଭିଡିନେଲେ ମୋତେ ପାଇବି ଆଘାତ

ଯିବି ତୋ ଉପରେ ରୁଷି l

ଖେଳୁଛି ତୋ ସାଥେ, ବସୁଛି ପାଖରେ

ଅଟୁ ତୁ ମୋହର ମିତ

ଆଉଁସି ଦିଏ ମୁଁ କେତେ ସରାଗରେ

ଗାଇ ଗାଇ ନିତି ଗୀତ l

ଆପଦ ବିପଦେ ସାହା ତୁ ଆମର

ତୋ'ପାଇଁ ଆମେ ନିର୍ଭୟ

ବାହାର ଲୋକଙ୍କୁ ଦେଖିଲେ ଗରଜୁ

ଉପୁଜାଉ ମନେ ଭୟ

ରାତି ରାତି ଆମ ପାଇଁ ଉଜାଗର

ରହୁଛୁ, ରହିବୁ ପୁଣି

ତୋ'ର ଉପକାର ନ ପାରିବୁ ଶୁଝି

ଆମେ ତୋ ପାଖରେ ୠଣୀ l


Rate this content
Log in