STORYMIRROR

Kulamani Sarangi

Others

2  

Kulamani Sarangi

Others

ମୋ ବୁଢା

ମୋ ବୁଢା

1 min
4.7K


ମୋ ବୁଢା

(ପଲ୍ଲୀ କବିତା)


ମାଛ ଅଢେଇଶ ଆଣିଥେଲା ବୁଢା,

କାଟିବାଛି ରଖିଥେଲି,

ରସୁଣ ମୁଦାଟେ ଧାର ପେଇଁକି

ପଡିଶା ଘରୁକୁ ଗଲି।

ଆସିଲା ବେଳୁକୁ ଆଣ୍ଡର ବିଲେଇ

ଅଧା ଚଳୁକରିଲାଣି,

ଜଗିବ କଣ,ବୁଢା ଉଣ୍ଡୁଥେଲା

ଟୋକୀଙ୍କି, ଗଞ୍ଜେଇ ଟାଣି।


ଖାରସୋଢା ଟିକେ ପକେଇ ବୁଢାର

ଫତେଇ କାଚିବାପେଇଁ,

ପୋଖରୀ ତୁଠକୁ ଗଲି,ମୋ ଯିବାକୁ

ରହିଥେଲା ସତେ ଚାହିଁ,

ବାରମଜା ମୁଠେ ରଖିଥେଲି ତାକୁ

ଶିଳରେ ଦେଇଚି ପେଶି,

ନାଲି ଚା'ସାଙ୍ଗେ ପାଟିରେ ପକେଇ

ଇଓଡି ମାରୁଚି ବସି।


ଖୁଁ ଖୁଁ ହେଇ ଖାସୁଥେଲା ବୁଢା

ତେଣ୍ଡେଇଲି ଚଉସମ,

ବରକୋଳି ଏତେ ଖାଇଲେ କୁଆଡୁ

ଭଲହଉଚି ନସମ?

ହଠୁଣୁ ମୋର କାନିରେ ପୋଛିଲା,

ନାକର ଗଙ୍ଗା ଯମୁନା,

ଛାଡି ଚାଲିଯିବି ମୋ ଝୁଅପାଖୁକୁ

ଭଜୁଥିବୁ ତୁ ଅସନା।


କଡା ଗୁଣ୍ଡିଟିକେ ଆଣିବାକୁ ତାକୁ

କହିଲି,ଟେକିଲା ନାକ,

ପାନପେଡା ମୋର ଖାଲି ପଡିଚି ଲୋ

ଆସିବେ ଭଦର ନୋକ,

ବିଡି,ଗଞ୍ଜେଇକି ପଇସା ଅଛି ଲୋ

ପାନକୁ ପଇସା ନାହିଁ,

ଛୋପରା ବୁଢାଟା ଘୁଙ୍ଗୁଡି ମାରୁଚି,

ତାମ୍ପେଡା ପଖାଳ ଖାଇ।


ଧାନ ପାଚିଲାଣି,ସବୁ କାଟିଲେଣି

ବୁଢାର ହେଇନି ବେଳ,

ପାହାଡିଆ ମୂଷା ବୋହି ନଉସୁନ୍ତି

କାଟି ଧାନକେଣ୍ଡା ମାଳ।

କହିଲି ବୁଢାକୁ ବାରିକିଆରୀରେ

ଚଣାମୁଠେ ଛାଟି ଦେ,

କହିଲା "ବିହନ ପଚାଶ ଟଙ୍କା ଲୋ,

ଘଡି ଭାଙ୍ଗି ଟଙ୍କା ଦେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍