STORYMIRROR

Bidulata Sahoo

Children Stories

4  

Bidulata Sahoo

Children Stories

ମୋ ବୋଉ

ମୋ ବୋଉ

1 min
181


ବୋଉଲୋ ବୋଉ,

ତୋ ପରି କିଏ ହୋଇବ ଆଉ ?

ନିଇତି ସଅଳ ଶେଯଛାଡୁ ହେଲେ ସବୁଠୁ ଡେରିରେ ଶେଯକୁଯାଉ |

ବୋଉଲୋ ବୋଉ |

ହାତରେ ତୋହର କି ଯାଦୁଅଛି,

ଯାହା ରାନ୍ଧିଲେ ତୁ ଭଲଲାଗୁଛି |

ତୋରହାତରନ୍ଧା ଭାରିଭଲଲାଗେ ହେଉ ଖୁଦୁପିତା ହେଉ ସେ ଜାଉ |

ବୋଉଲୋ ବୋଉ |

ହେଉ ଦ୍ୱିପହର କିଅବା ରାତି,

ତୋପାଶେ ଥିଲେ ମୋ ନଥାଏ ଭିତି

ମନକହେ ମୋର ମୋପାଶେ ତୁ ରହ ସବୁକାମ ପଛେ ଚୁଲିକି ଯାଉ |

ବୋଉଲୋ ବୋଉ |

ସଭିଙ୍କର ଶୁଭ ମନାସୁଥାଉ,

ଠାକୁରଙ୍କ ପାଖେ ଦୁଃଖ ଜଣାଉ,

ସଞ୍ଜହେଲେ ନିତି ଠାକୁର ଘରେତୁ ଗୀତା,ଭାଗବତ,ପଢ଼ି ଶୁଣାଉ |

ବୋଉଲୋବୋଉ |

ବାହାରକୁ କେବେ ଗଲେ ବାହାରି,

ଏରୁଣ୍ଡିପାଖରେ ମୁଣ୍ଡିଆ ମାରି,

ଭଲରେକିପରି ଘରକୁ ଫେରିବୁ ଠାକୁରଙ୍କୁ ତୁହି ଜଣାଉଥାଉ |

ବୋଉଲୋ ବୋଉ |

ବୁଝୁକିନବୁଝୁ ତୁ ପାଠ କଥା,

ସବୁବେଳେ ମୋର ଆଉଁସି ମଥା,

ଭଲପାଠ ପଢ଼ି ପାଞ୍ଚଜଣମଧ୍ୟେ ଗଣାହୁଏ ବୋଲି ତୁ କହୁଥାଉ |

ବୋଉଲୋ ବୋଉ |

କେହିକେବେ ଯଦି ଗାଳି କରିଲେ,

ସାଙ୍ଗସାଥୀ କେବେ ମାଡ ମାରିଲେ,

ତୋ କାନିପଣତ ଜଗନ୍ନାଥ ନେତ ଭାବି ତା ପାଖରେ ଆଶ୍ରୟନେଉ |

ବୋଉଲୋ ବୋଉ |

ଜରରୋଗ ହେଲେ ପାଖରେ ବସି,

ଆଦରେଦେହକୁ ଦେଉ ଆଉଁସି,

ହାତରେ ତୋହର କିଯାଦୁ ଥାଏଲୋ ରୋଗ ଚାଲିଯାଏ ତୁ ଛୁଉଁଛୁଉଁ |

ବୋଉଲୋ ବୋଉ |

କହୁନିଜ କାମ ନିଜେ ତୁକର,

କାମ ଶିଖିଥିଲେ ନଥିବ ଜର,

ହେଲେ ଯେତେବେଳେ କାମକରେ କହୁ କାଲିଠୁ କରିବୁ ଥାଉଲୋ ଥାଉ |

ବୋଉଲୋ ବୋଉ ||

କହୁ ସବୁବେଳେ ହାତରେଖାଆ,

ଭଲକରି ହାତଧୋଇତୁ ଯାଆ,

ହାତରେବସି ମୁଁ ଖାଇଲାବେଳକୁ କାହିଁକି ଆସି ତୁ ଖୁଆଇଦେଉ?

ବୋଉଲୋବୋଉ |

ବୁଝି ପାରେନି ମୁଁ ତୋ ମନକଥା,

ମାପିପାରେନା ମୁଁ ତୋ ଗଭୀରତା,

ଏତିକି ମାଗୁଛି ମୋମଥା ଉପରେ ସବୁବେଳେ ତୋର ଆଶୀଷ ଥାଉ |

ବୋଉଲୋ ବୋଉ |

ଜୀବନର ଏଇ ଅପରାହ୍ନରେ,

ଏବେବି ସେ ସ୍ମୃତି ଅଛି ମନରେ,

ପ୍ରଭୂଙ୍କୁ ଡାକୁଛି ଯେଉଁଠି ତୁ ଥାଆ ଆତ୍ମାତୋର ସେଠି ସୁଖରେଥାଉ |

ବୋଉଲୋ ବୋଉ |


Rate this content
Log in