STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ମୋ ବୋଉ ଲୋ

ମୋ ବୋଉ ଲୋ

1 min
156


ଗାଈ କ୍ଷୀର କିଲୋ ଚାଳିଶ ଟଙ୍କା

ମଦ ୧00ମିଲି ପଚାଶ ଟଙ୍କା

ଗଉଡ଼ ବିକୁଛି ବୁଲି

ମଦ କିଣିବାକୁ ଲାଇନି ଲାଗିଛି

ଦେଖି ମୁଁ ବେହୋସ ହେଲି।

ମୋ ବୋଉଲୋ!!


ପ୍ରାଇଭେଟ ସ୍କୁଲ ଅଂଗ୍ରେଜ଼ୀ ପାଠ

ବଡ଼ ବଡ଼ ଡିଗ୍ରୀ ମାଷ୍ଟର ଯାକ

ଦରମା ଆଠ ହଜ଼ାର

ସରକାରୀ ମୂଲ ଦିନକୁ ତିନିଶ 

ତାହା ଠୁଁ ହୀନ ମାଷ୍ଟର।

ମୋ ବୋଉଲୋ!!


ପାଠ ପଢି ପଢି ଜୀବନ ଗଲା

ଚାକିରୀଟା ସାତ ସପନ ହେଲା

ପୋଓଷ୍ଟ ଖାଲି ପଡ଼ିଛି

ନୂଆ ସରକାର ନୂଆ ନୂଆ ନିତୀ

ବେକାରୀ ବଢି ଚାଲିଛି।

ମୋ ବୋଉଲୋ!!


ହିଡ଼ ମୁଣ୍ଡେ ବୁଲି ହାଡ଼ ଭାଙ୍ଗୁଛି

ମାଘ ମାସ ଜାଡ଼ ଛାତି ଥରୁଛି

ସମର୍ଥନ ମୂଲ୍ୟ ଚୋପା

ସୋସାଇଟି ପାଖେ ସନିଆଁ ଜଗିଛି

ଧାନ ବିକିବ ଭାବୁଛି।

ମୋ ବୋଉଲୋ!!


ଗାଁ ସରପଞ୍ଚ ଆଙ୍ଗୁଠି-ଛାପ

ଦେଖିଲେ ଲାଗୁଛି ପଣ୍ଡିତ ବାପ

ଖଣ୍ଡି-ଅଂଗ୍ରେଜୀ କହୁଛି

ହାତ ଗୁଞ୍ଜା ଦେଇ ଫାଇଲି ପାଆସ

ଦସ୍ତଖତଟା ଜାଣିଛି।

ମୋ ବୋଉ ଲୋ।।


ଫେଏସ ବୁକ୍ ର ବଜାର କଥା

କହୁଛି କାଳିଆ କାନ ଦେଇଥା

ହଜାରେ କବିତା ଲେଖି

ଶହେ ଦିନରେ ରେକର୍ଡ କରିଛି

ମିଳିଛି ଲକ୍ଷେ ଲାଇକି।

ମୋ ବୋଉ ଲୋ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍