STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

3  

ପ୍ରିୟଦର୍ଶିନୀ ମହାନ୍ତି

Others

ମୋ ବିଦ୍ୟାଳୟ

ମୋ ବିଦ୍ୟାଳୟ

1 min
184


କେଡେ ସୁନ୍ଦର ମୋ ବିଦ୍ୟାଳୟ

ସୁନ୍ଦର ତା' ହତା,

ପ୍ରତ୍ୟେକ ଦିନ ଧାଡିରେ ରଖୁ

ସଜାଡି କରି ଜୋତା।


ଧାଡିରେ ଯାଇ ପ୍ରାର୍ଥନା କରୁ

ଭକତି ରଖି ମନେ,

କଳି କଜିଆ ଗାଳି ଗୁଲଜ

ନ କରୁ କେହି ଜଣେ।


ଶ୍ରେଣୀ ଗୃହରେ ପାଟି ନ କରି

ଦଳରେ ପଢୁ ବସି,

ଅବୁଝା ପାଠ ଗୁରୁଜୀ ଆମ

ବୁଝାନ୍ତି ହସି ହସି।


ଖେଳ ଛୁଟିରେ ସଭିଏଁ ଖେଳୁ

କବାଡି, ଲୁଚକାଳୀ

ଫୁଲ ବଗିଚାରେ ପାଣି ଦିଅଉ

ଯତନେ କରି ଢାଳି।


ଛୁଟି ବେଲଟି ବାଜିଲେ ପୁଣି

ବସ୍ତାନୀ କାନ୍ଧେ ଭରି,

ସାଙ୍ଗ ହୋଇଣ ଘରକୁ ଚାଲୁ

ହାତକୁ ହାତ ଧରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍