STORYMIRROR

Sandhyarani dash

Others

3  

Sandhyarani dash

Others

ମୋ ବିଦ୍ୟାଳୟ

ମୋ ବିଦ୍ୟାଳୟ

1 min
440

ଗୋପବନ୍ଧୁ ନାମେ ଉଚ୍ଚ ବିଦ୍ୟାଳୟ

ଦେଖିଛ ଭାଇରେ କାହିଁ

ଚଉ ଦିଗେ ତାର ଖ୍ୟାତି ରହି ଅଛି

ତୁଳନା ଯାହାର ନାହିଁ।

ପାଠ ପଢାରେ ଯେ ସୁନାମ ରହିଛି

ଅରଜି ଛି କେତେ ଯଶ

ତା କରୁଣା ବଳେ କେତେ ଛାତ୍ର ଛାତ୍ରୀ

ପାଇ ଛନ୍ତି ପ ଉ ରସ।

ମନ୍ଦିର ସମାନ ବିଦ୍ୟାଳୟ ଆମ

ଶିକ୍ଷକ ଦେବତା ପରି

ଶାନ୍ତି ଶୃଙ୍ଖଳା ରେ ପିଲାଏ ପଢନ୍ତି

ଭକ୍ତିରେ ଭାବକୁ ଧରି।

ବିଦ୍ୟାଳୟ ଆମ ଫୁଲ ବଗିଚା ଟି

ସୁନ୍ଦର ଦିଶଇ ଅତି

ନାନା ଜାତି ଫୁଲ ଫୁଟି ବାସ ଦେଲେ

ଉଡୁ ଥାନ୍ତି ପ୍ରଜା ପତି।

ବାର୍ଷିକ ଉତ୍ସବ ଜାତୀୟ ଦିବସ

ପାଳିତ ହୁଏ ତ ଯେତେ

ସେଦିନ ର କଥା ମନେ ପଡି ଗଲେ

ଆନନ୍ଦ ଲାଗଇ ମୋତେ।

ଯେତିକି ଉଠିଛି ଯେତିକି ପାଇଛି

କିଛି ତାକୁ ଦେଇ ନାହିଁ

ବଞ୍ଚି ଥିବା ଯାଏ ଭୁଲି ପାରି ବିନି

ତା ପାଖରେ ରୁଣି ମୁହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍