STORYMIRROR

Ajay kumar Behera

Others

4  

Ajay kumar Behera

Others

ମୋ ଭାରତ

ମୋ ଭାରତ

1 min
484


କେଡ଼େ ଐଶ୍ୱର୍ଯ୍ୟମୟୀ

ମୋ ଦେଶ ଭାରତ

ସୁନ୍ଦର ତା ସଂସ୍କୃତି

ଆଚାର,ବିଚାର

ରୀତି ଆଉ ନୀତି ସେତ,


ଏଠି ନାହିଁ

ଛୁଆଁ ଅଛୁଆଁ ଭେଦଭାବ

ବହୁ ଭାଷାଭାଷୀ ଲୋକଙ୍କ

ସତେ କେଡ଼େ ସୁନ୍ଦର ଭାବ

ଆମେ ସବୁ

ବିଶ୍ୱାସ କରୁ ପୁଣି

ସ୍ୱ ଧର୍ମ ଉପରେ

ଅଣ ଦେଖା କରୁନା ଆମେ

ସତେ ଆଉ କାହା ଧର୍ମରେ,


ଆକ୍ଷେପ କରି

ଯେ କହିବା ନୁହେଁ

ଆମରି କାମ

ସାରା ଜଗତରେ

ବିଖ୍ୟାତ ପୁରୀ ଧାମ,

କେତେ ଧର୍ମ, କେତେ ବର୍ଣ୍ଣ

ଲୋକଙ୍କର ହୁଏ

ଏଠି ସମାଗମ

ସତେ କେଡ଼େ ସୁନ୍ଦର 

ଏଇ ପୁରୀ ଧାମ,


ଆଶ୍ଚର୍ଯ୍ୟ ସେ କୋଣାର୍କର

ଗାଥା,ଚିନ୍ତିଲେ,ଭାବିଲେ

ବଢି ଯାଏ ବ୍ୟଥା

ବାରଶହ ବଢ଼େଇ ଯେ

ବାର ବରଷରେ

ଯାହା କରି ନ ପାରିଲେ

ବିଶୁ ମହାରଣା ପୁଅ

ପୁଣି ବାରବର୍ଷର କଲା

ତାହା ଖୁସି ମନରେ,


ହସି ହସି ଡେଇଁ ଦେଲା

ସମୁଦ୍ର ଜଳରେ

ଭାବିଲାନି ନିଜ କଥା

ବାର ଶହ ବଢ଼େଇଙ୍କ ପାଇଁ ରେ

ଉଚ୍ଚ ହେଲା ଦେଶ ମଥା

କାଳ କାଳକୁ ପୁଣି

ରହି ଗଲା କଥା

ଧନ୍ୟ ତୁହି ଦେଶ

ଧନ୍ୟ ଧନ୍ୟ ମୋ ଭାରତ ମାତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍