STORYMIRROR

sudhakar sethi

Others

3  

sudhakar sethi

Others

ମୋ ଭାରତ

ମୋ ଭାରତ

1 min
92

ଭାରତ ମୋ ଭାରତ 

ସୁଜଳା ସୁଫଳା ଶସ୍ୟଶ୍ୟାମଳା

ଭାରତ ମୋ ଭାରତ...


କେବେ ହାରିନି କେବେ ହଟିନି

ଆସୁ ଯେତେ ଝଡଝଞ୍ଜା

ଇତିହାସରେ ସେ ଗରିଆନ ଗାଥା

ଆଜି ବି ହୃଦୟେ ଛନ୍ଦା ।

 

ଭାରତ ମୋ ଭାରତ.... 

ସୁଜଳା ସୁଫଳା ବୀରପ୍ରସବିନି 

ଭାରତ ମୋ ଭାରତ....


ରାମ ରାଵଣର ଦେଖିଛି ସଂଗ୍ରାମ

ଦେଖିଛି ସେ କଂସ ବଦ୍ଧ

ରାଣାପ୍ରତାପର ଲଢୁଆ ଛାତି

ଶିବାଜୀର ରଣ କୌଶଳ ।।୨।।

ଭାରତ ମୋ ଭାରତ.... 

ସୁଜଳା ସୁଫଳା ରତ୍ନଗର୍ଭା 

ଭାରତ ମୋ ଭାରତ....


ଅବୋଧ ଶିଶୁ ବାଜିଆ ରକ୍ତରେ 

ଇତିହାସ ହୁଏ ଲେଖା

ଧରମପଦର ନିହାଣ ମୂନରେ 

ମିଳିଛି ଶ୍ରେଷ୍ଠ ସଫଳତା ।


ଦୁଇଶହ ବରଷର ଫିରିଙ୍ଗି ଜୁଲମ

କେତେ ତିକ୍ତ ଅନୁଭୂତି 

ଝାନସୀ ରାଣୀର ଦେଶପ୍ରେମ ଆଗେ

ନଇଁ ପଡେ ଏ ଜାତି ।


ଆଦିବାସୀ ନେତା ବିର୍ସାର କଥା

ଫିରିଙ୍ଗିଙ୍କ ପ୍ରାଣେ ଭୟ

ନେତାଜୀଙ୍କ ଦିଲ୍ଲୀ ଚଲୋ ଡ଼ାକରାରେ

ଏ ଜାତି ହେଲା ଅଥୟ ।


କେତେକେତେ ବୀର ସନ୍ତାନେ ତୋର

ଜୀବନ ଦେଲେ ମୁରୁଛି

ଯୁଗେଯୁଗେ ତୋର ରହିଛି ରହିବ

ସେ ତ ଅଲିଭା କୀରତି 


ଭାରତ ମୋ ଭାରତ.... 

ସୁଜଳା ସୁଫଳା ଶସ୍ୟଶ୍ୟାମଳା 

ଭାରତ ମୋ ଭାରତ....


ସତ୍ୟ ଅହିଂସାର ପୂଜାରୀ ମୋ ଦେଶ

ଶୁଣିଛି ଶାକ୍ୟମୁନି କଥା

ଚାରୁ ଚିତ୍ରକଳା ଵିଶ୍ୱରେ ଆଗୁଆ

କୋଣାର୍କ, ପିନ୍ଧିଛି ବିଜୟ ଟୀକା ।


ଭିନ୍ନଭିନ୍ନ ଭାଷା ଭିନ୍ନଭିନ୍ନ ଭେକ

ଭିନ୍ନଭିନ୍ନ ଏଠି ରୁଚି

ସବୁ ଭିନ୍ନତାରେ ଗୋଟିଏ ମାପ

ଭାରତ ଜନମ ମାଟି ।।୨।।


ଭାରତ ମୋ ଭାରତ.... 

ସୁଜଳା ସୁଫଳା ଶସ୍ୟଶ୍ୟାମଳା 

କଳା ସଂସ୍କୃତିର ଦେଶ 

ଭାରତ ମୋ ଭାରତ....


ସବୁ ଧର୍ମର ସମନ୍ୱୟ ଏଠି

ବହେ ପତିତପାବନି ଗଙ୍ଗା

କୋଣ ଅନୁକୋଣେ ପବିତ୍ରତା ଭରା

ଏ ମାଟିର ନାହିଁ ତୁଳନା ।


ମହାମାରୀ କବଳେ ସାରା ବିଶ୍ୱ ଆଜି

ମୋ ଦେଶର ସମ ଯଶା

ସବୁ ଆପଦ ପରି ହଟିବ ଏ ଦିନେ

ରହିଛି ମୋର ଭରସା ।


ପଡୋଶୀ ମୂଲକ ସାଜୁଛି ଅହନ୍ତା

ସୀମାରେ ଚାଲେ ଲଢେଇ

ଯୁଗେ ଯୁଗେ ଲଢୁଛି ଲଢିବ ଏମିତି

ଏ ମାଟି ତ ବୀର ଭୂଇଁ ।।୨।।


ଭାରତ ମୋ ଭାରତ.... 

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା 

ଶାନ୍ତିପ୍ରିୟ ମୋ ଦେଶ ଭାରତ ମୋ ଭାରତ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍