ମୋ ଭାଗ୍ୟେରେ ଏମିତି ଘରଣୀ
ମୋ ଭାଗ୍ୟେରେ ଏମିତି ଘରଣୀ
1 min
250
ହେରା ପଞ୍ଚମୀରେ
ଫେରା କରିଲେ ଲୋ
ଗୁଣ୍ତିଚା ମନ୍ଦିରକୁ ଘରଣୀ
ଜାଣିଲା ପରଠୁଁ
ଦଗାଦିଆ ଜଗା
ହାଲୁକ ପୁରା ଶୁଖିଗଲାଣି ॥୦॥
ଘରଣୀ ଭୟରେ
ଥରିକି ଠାକୁରେ
ଦୁଆରଟାକୁ କିଳି ଦେଲେଣି
ତର ତର ହୋଇ
ଆଜ୍ଞାମାଳ ଦେଇ
ଦି'ଦିନେ ଫେରିବେ କହିଲେଣି ॥୧॥
ଦେଖି ବ୍ୟବହାର
ରାଗେ ଜର ଜର
ଶ୍ରୀମନ୍ଦିରର ସାଆନ୍ତାଣୀ
ଦେବାପାଇଁ ପାନେ
ଚିନ୍ତା କରି ମନେ
ରଥକାଠ ତ ଭାଙ୍ଗିଦେଲେଣି
କେମିତି ଖଞ୍ଜିଲି
ଭାଳେ ଜଗା ପୁଣି
ମୋ ଭାଗ୍ୟେରେ ଏମିତି ଘରଣୀ ॥୨॥
