STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ମୋ ଭାବନା

ମୋ ଭାବନା

1 min
12.4K


ସମୟଟା ଶୀଘ୍ର ସରି ଯାଆନ୍ତା କି

ବୁଢା ମୁଁ ଯାଆନ୍ତି ହୋଇ

ଦେଖନ୍ତି ଯାହାକୁ ଆଦରେ ପାଳିଲି

ପଚାରିବ ସେ ନା ନାହିଁ ।।

ଯଦି ନ ପଚାରେ ରହିବି ଯାଇ ମୁଁ

ଆନନ୍ଦେ ବୃଦ୍ଧାଶ୍ରମରେ

ସେଇଠି ମୋ ପରି ଅଭାଗା ଥାଆନ୍ତେ

ହୁଅନ୍ତେ ସାଥୀ ଦୁଃଖରେ ।।

ଆଜି ବଜାରରେ ଯାହା ବି ଦେଖିଲେ

ଆଣୁଛି ମୋ ପୁଅ ପାଇଁ

ନିଜ ଖର୍ଚ୍ଚ ପଛେ ଚୂଲିକୁ ମୋ ଯାଉ

ତା କଥା ମୁଁ ଭାବୁଥାଇ ।।

ସେତେବେଳେ ସିଏ କେମିତିକା ହବ

ଏବେଠୁ ପାରନ୍ତି ଜାଣି

ସେଇ ଅନୁସାରେ ବାଟ ମୁଁ କରନ୍ତି

ନ ରୁହନ୍ତା ଦୁଃଖ ପୁଣି ।।

ଏବେ ମୁଁ କରୁଛି ଯାହା ମୋ କର୍ତ୍ତବ୍ୟ

ଆପଣା ପୁଅଟା ପାଇଁ

ସମୟ କହିବ ସେତେବେଳେ କିଏ

ପଚାରିବ ଅବା ନାହିଁ ।।

ସମୟ ପଛକୁ ଅବା ସେ ଆଗକୁ

କେବେ ଯିବା ଦେଖିନାହିଁ

ତେଣୁ ଯାହା ହେବ ଏବେଠୁ କାହିଁକି

ବ୍ୟସ୍ତ ହେବି ସେଥି ପାଇଁ ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍