ମୋ ବାପା
ମୋ ବାପା
1 min
99
ବାପା ମୋ ପାଇଁ ଆକାଶ ସମ
ସହାରା ଦେଉଥାନ୍ତି
ସତ୍ୟ ପଥରେ ଚାଲିବା ପାଇଁ
ମୋତେ ଶିଖାଉଥାନ୍ତି ।
ସବୁ କଷ୍ଟକୁ ଛାତିରେ ଚାପି
ମୋପାଇଁ ହସୁଥାନ୍ତି
ମୋତେ ମନୁଷ କରିବା ପାଇଁ
ସର୍ବଦା ଲାଗିଥାନ୍ତି ।
ଶିଖାନ୍ତି ମୋତେ ଅନେକ କଥା
ଜୀବନେ ଶାନ୍ତି ପାଇଁ
ନିଜ ସ୍ୱାର୍ଥରେ ଅନ୍ୟକୁ କେବେ
ଆଘାତ ଦେବୁ ନାହିଁ ।
ଅନ୍ୟ ଧନରେ ମନରେ କେବେ
ଲୋଭ ଆଣିବୁ ନାହିଁ
ଲୋଭ ଯେ ଅଟେ ମୃତ୍ୟୁ କାରଣ
ମନେ ରଖିବୁ ତୁହି ।
ଯାହା କରିବୁ ନିଜ ଉଦ୍ୟମେ
ନିଜର ବୁଦ୍ଧି ବଳେ
ଜୀବନେ ତୁହି ଖୁସିରେ ଥିବୁ
ପଡ଼ିବୁ ନାହିଁ ତଳେ ।
ଚାଲୁଛି ମୁହିଁ ଜୀବନେ ପଥେ
ମାନି ବାପାଙ୍କ ଶିକ୍ଷା
ସେହି ଶିକ୍ଷାକୁ କରିଛି ମୁହିଁ
ଜୀବନେ ମୋର ଦୀକ୍ଷା ।
