STORYMIRROR

Dhiren Bag

Others

4  

Dhiren Bag

Others

ମୋ ବାପା

ମୋ ବାପା

1 min
307


ଯା' ହାତଧରି ଚାଲି ମୁଁ ଶିଖିଛି

ଯା' କାନ୍ଧେ ବସି ଦୁନିଆ ଦେଖିଛି

ସେ ପରା ମୋ ଆଦ୍ୟ ଓଁକାର

ପରମ ଦୟାଳୁ ପିତା ମୋହର ।।


ନିଜେ ନଖାଇ ମୋତେ ଖୁଆଇଛି

ନିଜେ ନପିନ୍ଧି ମୋତେ ପିନ୍ଧାଇଛି

ସେ ମୋ ଗୁରୁ ସେ ମୋ ସ୍ରଷ୍ଟା

ସେ ମୋ ଜ୍ଞାନର ବିଦ୍ୟାଦାତା ।


ତାଙ୍କ ଆଶିଷ ସର୍ବ ଶ୍ରେଷ୍ଠ

ତାଙ୍କ ରାଗରୋଷ ଅମୃତ ପରଷ

ତାଙ୍କ ସ୍ନେହ ତାଙ୍କ ଆଦର

ନଥାଏ ପାଶେ ପାତର ଅନ୍ତର ।


ତାଙ୍କରି ଆଖିରେ ଦୁନିଆ ଦେଖିଛି

ପାଶେ ଥିଲେ ମୁଁ ଅଗ୍ନିରେ ଝାସିବି

ଯେତେ ଦିନ ଥିବ ଏଇ ଜଗତେ

ହସ ଫୁଟାଇବି ତମରି ମୁଖେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍