ମୋ ବାପା
ମୋ ବାପା
1 min
271
ସରଗଠୁ ବଳି ମୋ ବାପାଙ୍କ ମନ
ଅମାପ ତାଙ୍କର ସ୍ନେହ
ଜୋଛନାଠୁ ବଳି ଶୀତଳ ପରଶ
ଅପୂର୍ବ ମମତା ମୋହ ।
ବଜ୍ର ସମ ଶକ୍ତି ହୃଦୟରେ ରଖି
ତ୍ୟାଗ ବଳି ଦାନେ ଘର୍ମ
ସେହି ସ୍ବେଦ ବିନ୍ଦୁ ଢାଳି ଦିଏ ମଧୁ
ସନ୍ତାନର ବୁଝି ମର୍ମ ।
ପିତାଙ୍କ ସାହାସ ଅଭୟ ପ୍ରଦାନେ
ସନ୍ତାନ ନିଶ୍ଚିନ୍ତେ ସୁପ୍ତ
ପିତାଙ୍କ ଆଶୀଷେ ଭବିଷ୍ୟ ଉଜ୍ଜଳ
ଦୁଃଖ ହୋଇ ଯାଏ ଲୁପ୍ତ ।
କେବେ ଆସେ ଦୁଃଖ ଜ୍ଞାତ ହୁଏ ନାହିଁ
ଯଦି ପିତା ଥାନ୍ତି ଘରେ
ମୋ ପାଇଁ ଆନନ୍ଦ ଯଦି ଆସେ କେବେ
ପିତା ହାତ ଥିଲେ ଶିରେ ।
